ବାରିପଦା ୩୦/୦୭(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କରୋନା କଟକଣା ଗ୍ରାମାଞ୍ଚଳର ମଦ ବେପାରୀଙ୍କୁ ବେଶ୍ ସୁହାଇଛି । ଗାଁ ମାନଙ୍କରେ ବେଆଇନ ମଦ ପ୍ରସ୍ତୁତି ଏବଂ ବ୍ୟବସାୟ ବଢ଼ିବାରେ ଲାଗିଛି । ଏ ନେଇ ବାରମ୍ବାର ଅଭିଯୋଗ ହେବାପରେ ଆଜି ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଏହି ବେଆଇନ କାର୍ଯ୍ୟରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୁଣ୍ଟା ଥାନା ଅଁଳାଶୂଳି ଗ୍ରାମର ବିଧାନ ସିଂ (୪୭),ବଣିଅବସା ଗ୍ରାମର ରାଇସେନ କିୟୂ(୪୯) । ଉଭୟଙ୍କ ନିକଟରୁ ୯ ଲିଟର ଦେଶୀମଦ ଜବଦ କରାଯାଇଛି ଓ ବଣିଆବସା ଗାଁର ଶେଷ ମୁଣ୍ଡରେ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ରଖାଯାଇଥିବା ଦେଢ଼ କ୍ଵିଣ୍ଟାଲ ମହୁଲ ପୋଳକୁ ବିଭାଗ ପକ୍ଷରୁ ଜବଦ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି । ସେହିପରି ଉଦଳା ଥାନା ପାଟପୁର ଗ୍ରାମର ଦୋକାନ କୁମାର ବଢେଇ (୪୦) ଙ୍କ ନିକଟରୁ ସାଢ଼େ ୫ ଲିଟର ବିଅର ଜବତ କରାଯାଇଛି । ଖୁଣ୍ଟା ଅବକାରୀ ଅଧିକାରୀ ରାଜୀବ କୁମାରଙ୍କ ନେତୃତ୍ୱରେ ଉଦଳା ଓ ଖୁଣ୍ଟା ର କର୍ମଚାରୀ ମାନେ ଏହି ଚଢଉରେ ସାମିଲ ଥିଲେ ।
ମଦ ଓ ପୋଚ ଜବତ ,୨ ଗିରଫ
|
July 30, 2020 |
