ଯାଜପୁର ସଦର, ୧୬ା୦୨(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲାରେ ବାରମ୍ବାର ଚୋରାରେ ମଦ ବିକ୍ରି କରାଯାଉଥିବା ବେଳେ, ଯାଜପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ବିଭାଗ ଅଧିକାରୀ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଷରେ ନିର୍ବାଚନକୁ ଆଖିଆଗରେ ରଖି ଯାଜପୁର ଅବକାରୀ ବିଭାଗ ରସୁଲପୁର ଅବକାରୀ ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଦୁଇଟି ଜାଗାରୁ ୧୨୦ ଲିଟର ଦେଶୀ ମହୁଲି ମଦ ସହିତ ଗୋଟିଏ ସ୍କୁଟି ଜବତ କରାଯାଇଚି ଏବଂ ମଦ ବେପାର କରୁଥିବା ଦୁଇ ମଦ ବେପାରୀକୁ ଗିରଫ କରିବା ସହିତ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ଭାରପ୍ରାପ୍ତ ଉପ ଅଧ୍ୟକ୍ଷକ ଅନିତା ଓଝାଙ୍କ ନେତୃତ୍ୱରେ ରସୁଲପୁର ବ୍ଲକ ନିକଟସ୍ଥ କଲଣ ବ୍ରାହ୍ମଣୀ ସେତୁ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ୬୦ଲିଟର ଦେଶୀ ମହୁଲି ମଦ ସହିତ ଗାଡ଼ି ଜବତ କରାଯାଇ ମଦ ମାଫିଆ ଢେଙ୍କାନାଲ ଜିଲ୍ଲା ନିକଟସ୍ଥ ନିହଲପ୍ରସାଦ ଥାନା ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମର ମିଟୁ ମଲିକ(୩୦)କୁ ଗିରଫ କରାଯାଇଚି । ଏବଂ ଆଉ ଏକ ଜାଗାରେ ଚଢ଼ାଉ କରାଯାଇ ୬୦ଲିଟର ଦେଶୀ ମହୁଲି ମଦ ସହିତ ଜବତ କରାଯାଇ ମଦ ବେପାରି ବିରଞ୍ôଚ (୪୫)କୁ ଗିରଫ କରାଯାଇଚି । ଏନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଚି । ଏହି ଚଢ଼ାଉରେ ରସୁଲପୁର ଅବକାରୀ ବିଭାଗର ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ୱନାଥ ଜେନା, ଏସଆଇ ସରୋଜ ବେହେରା, କନେଷ୍ଟବଳ ପ୍ରମୁଖ ମଦ ଚଢ଼ାଉରେ ସାମିଲ ହୋଇଥିଲେ ଆସାମୀ ମାନଙ୍କୁ ଗିରଫ କରାଯାଇ ଯାଜପୁର ଅଦାଲତକୁ ଚଲାଣ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଚି ।
ମଦସହିତ ସ୍କୁଟି ଗାଡ଼ି ଜବତ ୨ଆସାମୀ ଗିରଫ
|
February 18, 2024 |
![](https://sandhannews.com/wp-content/uploads/2023/11/sandhanlogo-5.jpg)