ମଦ,ଗଞ୍ଜେଇ,ଧଳା ଜହର କବଳରେ ଯୁବପିଢ଼ୀ ସମାଜ : ବୋତଲ ଗଡ଼ିବାର ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ

Spread the love
କନ୍ଧମାଳ, ତା, ୧୧/୦୧/୨୫: (ସନ୍ଧାନ ନ୍ୟୁଜ): କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଅନେକ ଯୁବପିଢ଼ୀ କରେକ୍ସ, ନାଇଟ୍ରୋଜେନ୍ ଟେନ୍ ଟାବ୍‌ଲେଟ୍‌, ଦେଶୀ, ବିଦେଶୀ ମଦ,ଗଞ୍ଜେଇ, ଗୁଟଖା, ସିଗାରେଟ ଓ ତାଠୁ ବଳି ବ୍ରାଉନ୍‌ସୁଗାର ନିଶାରେ କବଳିତ ହୋଇଗଲେଣି l ଯାହାକି ଆଜିର ଯୁବପିଢ଼ୀଙ୍କ ଭବିଷ୍ୟତ ଓ ମୂଲ୍ୟବାନ୍ ଜୀବନକୁ ଏପରି ମାରାତ୍ମକ ନିଶାରେ ବାଜି ଲଗାଉଛନ୍ତି । ଯା ଦ୍ୱାରା କି, ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟ କରିବାକୁ ମଧ୍ୟ ପଛଉ ନାହାନ୍ତି । ମନ୍ଦିର ହୁଣ୍ଡିର ତାଲା ଭାଙ୍ଗିବା ଠାରୁ ଆରମ୍ଭ କରି ଲୁଟପାଟ୍‌, ଛିନତାଇ, ରାହାଯାନୀ, ଚୋରି, ଡ଼କାୟତି ଏବଂ ସାଇବର ଅପରାଧ ଭଳି କାର୍ଯ୍ୟ ନିଶା ସେବନ ପାଇଁ କରିବାକୁ ତିଳେମାତ୍ର କାହାକୁ ଖାତିର୍ ନକରି କରି ଚାଲିଥିବା ଜଣାପଡିଛି । ଏପରିକି, କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ, ରାସ୍ତାଘାଟ, ଖୋଲାମେଲା ସ୍ଥାନରେ ନିଶାକାରବାର ଓ ସେବନ ଚାଲିଛି ଏବଂ ମଦବୋତଲ ଗଡ଼ିବାର କିଛି ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାକି, ରାସ୍ତା, ବାଟଘାଟ, ସ୍କୁଲ, କଲେଜ ଛକ ପୋଖରୀହୁଡ଼ା, ନିକାଞ୍ଚନ ସ୍ଥାନ, ସାପ୍ତାହିକ ଶନିବାର ହାଟ ମାର୍କେଟ, ସିଟି ସ୍କୁଲ ଓ ଆଦର୍ଶ ବିଦ୍ୟାଳୟ ରାସ୍ତା କଡ଼ ଭଳି ପ୍ରତ୍ୟେକ ଗଳିକନ୍ଦି ସ୍ଥାନ ଗୁଡ଼ିକରେ ଜୁଆଡ଼େ ଦେଖିବ ସିଆଡ଼େ ମଦବୋତଲ ଗଡ଼ୁଛି, ଏବଂ ପରିତାପର ବିଷୟଏହା ଯେ, ଯାତାୟତ ରାସ୍ତାରେ ମଧ୍ୟ ମଦ୍ୟାପନ କରିବା ସହ ଯାତାୟାତ କରୁଥିବା ଝିଅ, ମହିଳା ମାନଙ୍କୁ ଅସଦାଚରଣ କରୁଥିବା ବହୁ ନଜିର ରହିଛି । ମଦ୍ୟ ପାନ କରି ମଦବୋତଲ କୁ ମଦ୍ୟପି ମାନେ ନିଶାରେ ଭାଙ୍ଗି ଦେଉଥିବାରୁ ପଥଚାରୀ ଓ ଗାଈଗୋରୁ ଚଲାବୁଲାରେ ପାଦରେ କାଚ ପଶି ଯାଉଥିବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ସ୍କୁଲ ଓ କଲେଜ ପାଠପଢ଼ିବାକୁ ଆସୁଥିବା ଛାତ୍ର ମାନେ ଅଧ୍ୟୟନ କରିବାକୁ ନ ଯାଇ ନିଶାସେବନକୁ ଆପଣେଇ ନେଇଛନ୍ତି । ବିଶେଷ କରି ମଦ, ଗଞ୍ଜେଇ ଓ ଧଳା ଜହର କବଳରେ କବଳିତ ହୋଇପଡ଼ିଛନ୍ତି । ତେଣୁ ଅବକାରୀ ବିଭାଗ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଗଲେ ଯୁବପିଢ଼ୀ ପଥଭ୍ରଷ୍ଟ ହେବାର ଆଶଙ୍କାରୁ ଓହରି ଯାଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି ।

Related Posts

About The Author

Add Comment