ଯାଜପୁର ସଦର, ୨/୪/୨୬ (ସନ୍ଧାନ ନ୍ୟୁଜ ) : ଦଶରଥପୁର ବ୍ଲକ ମଙ୍ଗଳପୁରସ୍ତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ୧୦ମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟର ଅଧକ୍ଷ ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଯାଜପୁର ଜିଲ୍ଲା ସେଟେଲମେଣ୍ଟ କମିଶନର ଅକ୍ଷୟ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ ଦଶରଥପୁର ତହସିଲଦାର ଶୁଭ୍ରାଂଶୁ ସାହୁ, ସମ୍ମାନିତ ଅତିଥିଭାବେ ଦଶରଥପୁର ବିଇଓ ଶାନ୍ତନୁ କୁମାର ମଲ୍ଲିକ,ସୁବ୍ରତା ଆଇଟିଆଇ ଅଧକ୍ଷ ସୀତାକାନ୍ତ ଓଝା ପ୍ରମୁଖ ଯୋଗ ଦେଇଥିଲେ।ବିଦ୍ୟାଳୟ ଉପାଧ୍ୟକ୍ଷ୍ୟା ରଚିତା ଜେନା ଅତିଥି ପରିଚୟ ପ୍ରଧାନ କରିଥିବାବେଳେ ବିଦ୍ୟାଳୟ ଶିକ୍ଷକ ସୁରେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟ ଶିକ୍ଷୟିତ୍ରୀ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ବାର୍ଷିକ କ୍ରୀଡାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିବାବେଳେ ଛାତ୍ର ଛାତ୍ରୀ ମାନେ ନୃତ୍ୟ ପ୍ରତିଯୋଗିତା କରିଥିଲେ।ଦୀପାଞ୍ଜଳି ବାରିକ ଓ ସଂଘମିତ୍ରା ଧଳ ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସୁଧାଂଶୁ ପାତ୍ର, ଶୈଳେନ୍ଦ୍ର ମହାନ୍ତି, ଗିରିଜା ମିଶ୍ର,ବିଶ୍ୱଜିତ ବେହୁରିଆ,ଅକ୍ଷତା ମହାନ୍ତି,ପ୍ରଜ୍ଞା ପରମିତା ଜେନା,ଶସ୍ମିତା ନାୟକ,ସୁଜାତା ନାୟକ,ମିତାଞ୍ଜଳୀ ନାୟକ,ବିଶ୍ଵସିନୀ ମହାନ୍ତି,ସ୍ଵର୍ଣ୍ଣଲତା ଜେନା,ନିରୂପମା ସାମଲ,ଶୁଶ୍ରୀ ମହାନ୍ତି,ନମିତା ସାହୁ,ଅପରାଜିତା ଭୋଇ,ସଂଗୀତା ଦାଶ,ନୀଳିମା ପଲାଇ,ଧିରେନ୍ଦ୍ର ସାହୁ,ସ୍ମିତା ମହାନ୍ତି,ସଂଘମିତ୍ରା ଧଳ,ସଂଘମିତ୍ରା ମହାନ୍ତି,ଧନଞ୍ଜୟ ନାୟକ, କାହୁଚରଣ ମିଶ୍ର,ଶୈଳେଶ ମହାପାତ୍ର,ସୁରେଶ ବେହେରା, ଅଜୟ ଦାସ,ମିଲନ ମହାନ୍ତି, ଭାଗ୍ୟଶ୍ରୀ ଦଳାଇ ,ଶସ୍ମିତା ପଣ୍ଡା, ଜୟଦେବ ମହାନ୍ତି, ଅରଣ୍ୟା ନାୟକ,ବିଦ୍ୟାଧର ଓଝା,ଅମୀୟ ଧଳା,ମାନସ ସାମଲ,ପ୍ରଭାତ ପାତ୍ର,ହେମନ୍ତ ବେହେରା,ସନ୍ତୋଷ ପଲାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ମଙ୍ଗଳପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ୧୦ମ ବାର୍ଷିକ ଉତ୍ସବ
|
April 2, 2026 |



