ଯାଜପୁର ସଦର, ୨୮/୦୫ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଅନ୍ତର୍ଗତ ମଙ୍ଗଳପୁର ଥାନା କମାରଡିହ ଇଟାପଡ଼ା ଗ୍ରାମର ଅକ୍ଷୟକ ବାରିକ(କାଳିଆ)୨୫ ର ମୃତ୍ୟୁ ଘଟଣାକୁ ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମୃତ ଅକ୍ଷୟ ପିରବାରକୁ ହସ୍ତାନ୍ତରିତ ହୋଇଥିବା ସୂଚନା ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଅକ୍ଷୟ ବାରିକକୁ ଶ୍ୱାସରୋଧ କରାଯାଇ ହତ୍ୟା କରାଯାଇଥିବା ଘଟଣାକୁ ନେଇ ଏହି ହତ୍ୟାକାଣ୍ଡରେ ବହୁଲୋକଙ୍କର ହାତଥିବା ଜଣାଯାଇଚି । ଅକ୍ଷୟର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅକ୍ଷୟକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବାରୁ ଅକ୍ଷୟର ପରିବାର ଏବଂ କମାରଡିହ କଇଁଆ ପଂଚାୟତ ବାସୀ ଗିରଫ କରିବା ପାଇଁ ମଙ୍ଗଳପୁର ପୋଲିସ ନିକଟରେ ଦାବି କରିଛନ୍ତି । ଏନେଇ ଆଜି ପୂର୍ବାହ୍ନ ୧୧ଟା ସମୟରେ କଇଁଆ ପଂଚାୟତର ୩ଶହରୁ ଉର୍ଦ୍ଧ୍ୱ ଲୋକ ଆଲୋଚନା କରିଥିଲେ । ଆଲୋଚନା କରିବା ସହିତ ଏହି ହତ୍ୟା ଘଟଣା ମାମଲାକୁ ନେଇ ଆଲୋଚନା କରାଯାଇଥିଲା । ଅକ୍ଷୟକୁ ହତ୍ୟା କରାଯାଇଥିବା ସୃଷ୍ଟି ହୋଇଥିବା ବେଳେ, ପୋଷ୍ଟବଟମ ରିପୋର୍ଟକୁ ଆଧାର କରି ଅକ୍ଷୟକୁ ଯୋଜନାବଦ୍ଧ ଭାବେ ଡକାଯାଇ ବୋହୁତ ଲୋକ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସୂଚନା ମିଳିଚି । ଏହି ହତ୍ୟା ରହସ୍ୟ ଉନ୍ମୋଚନ କରାଯିବା ଲାଗି ସଂଗ୍ରାମ ସମିତି ନାମରେ ଏକ ମଞ୍ଚ ଗଠନ କରାଯାଇଥିଲା । ଏହି କମିଟି ସଦସ୍ୟମାନେ ମଙ୍ଗଳପୁର ଥାନା ଅଧିକାରଙକୁ ଲିଖିତ ଦାବି ଜଣାଇଥିଲେ । ଆସନ୍ତା ଦୁଇ ଦିନ ମଧ୍ୟରେ ହତ୍ୟାକାରୀମାନଙ୍କୁ ଗିରଫ କରାନଗଲେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯିବା ସହିତ ପୋଲିସ ସାତ ଦିନ ସମୟ ମାଗିଥିବା ଜଣାଯାଇଚି ।
ମଙ୍ଗଳପୁର ଥାନାକୁ ଘେରାଉ କରାଯିବ ବୋଲି ଗ୍ରାମବାସୀଙ୍କ ଡାକରା
|
May 29, 2022 |


