ଯାଜପୁର:୨୬ା୦୨ (ସନ୍ଧାନ ନ୍ୟୁଜ): ଦଶରଥପୁର ବ୍ଲକ ମଙ୍ଗଳପୁର ବଜାରସ୍ଥିତ ମଙ୍ଗଳପୁର ଆଇଡ଼ିଆଲ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଆଇଡ଼ିଆଲ ପବ୍ଲିକ ସ୍କୁଲର ପରିଚାନା କମିଟିର ସଭାପତି ପରୀକ୍ଷିତ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଦ୍ଘାଟକ ଭାବେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ ଯୋଗଦେଇ ତ୍ସବଟିକୁ ପ୍ରଦୀପ ପ୍ରଜ୍ଜ୍ୱଳ କରି ଉଦ୍ଘାଟନ କରିଥିଲେ । କଣ୍ଠଶିଳ୍ପୀ ସାଇଶ୍ରୀ ପୃଷ୍ଟି ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ସ୍କୁଲର ଅଧ୍ୟକ୍ଷ ମାନସ ରଂଜନ ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଆୟୁକ୍ତ ଭୂଲେଖ ଓ ବନ୍ଦୋବସ୍ତ କମିଶନର ଅକ୍ଷୟ କୁମାର ମଲ୍ଲିକ, ମୁଖ୍ୟ ବକ୍ତାଭାବେ ଚିନ୍ମୟ ଫାଉଣ୍ଡେସନର ମୁଖ୍ୟ ଚିନ୍ମୟକୁମାର ଦାଶ, ସମ୍ମାନିତ ଅତିଥିଭାବେ ଯାଜପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ତଥା ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ଯାଜପୁର ଜିଲ୍ଲା ସଂଯୋଜକ ହରିହର ସ୍ୱାଇଁ, ଦଶରଥପୁର ବ୍ଲକ ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ, ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ଅନ୍ନଦା ପ୍ରସାଦ ରଣା, ଦଶରଥପୁର ବ୍ଲକର ଏବିଡ଼ିଓ ତ୍ରିଲୋଚନ ସେଠୀ, ୬ନଂର ଜୋନ୍ର ଜିଲ୍ଲା ପରିଦ ସଭ୍ୟା ମାମିନା ମଲ୍ଲିକ, ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ସସ୍ମିତା ଧଳ, ଶିକ୍ଷାବିତ ବିପିନ ବିହାରୀ ସେନାପତି, ଆଇଡ଼ିଆଲ ପବ୍ଲିକ ସ୍କୁଲର ଓନର ତୁଷାର ରଂଜନ ନାୟକ, କାର୍ଯ୍ୟକାରୀ ସଭାପତି ଦିନେଶ ମଲ୍ଳିକ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷର ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆଗେଇ ନେବାରେ ମଙ୍ଗଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିଶିର କୁମାର ଧଳ, ଶିକ୍ଷକ ସ୍ମୃତିସାଗର ସେନାପତି, ଚକ୍ରଧର ଦାଶ, ବିଶ୍ୱପ୍ରକାଶ ପୃଷ୍ଟି, ସୁଶାନ୍ତ ନାୟକ, ସୁରେନ୍ଦ୍ର ମଲ୍ଳିକ ପ୍ରମୁଖ ସହଯୋଗ କରିଥିଲେ । (ଫଟୋ)
ମଙ୍ଗଳପୁର ଆଇଡ଼ିଆଲ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ
|
February 27, 2024 |



