ଯାଜପୁର ସଦର, ୨୩ା୦୧ (ସନ୍ଧାନ ନିୟୁଜ/ଗୋପିନାଥ ଦାଶ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ୨ନଂ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି ଶିଶୁକୁ କୁକର୍ମ କରାଯାଇଥିବା ଘଟଣାକୁ ନେଇ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସିଡିପିଓ ସଂଜୁକ୍ତା ସାହୁ ଅଙ୍ଗନୱାଡ଼ି କର୍ମୀ ପ୍ରମୋଦିନି ତରାଇ ଏବଂ ସହକର୍ମୀ ପିଅନକୁ ଯାଜପୁର ଉପଜିଲ୍ଲାପାଳ କାର୍ଯ୍ୟରୁ ସସ୍ପେଣ୍ଡ କରାଯାଇଥିବା ଧର୍ମଶାଳା ସିଡିପିଓ ଶ୍ରୀମତୀ ସଂଜୁକ୍ତା ସାହୁ ଆମପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଗୁରୁବାର ଦିନ ମଙ୍ଗଳପୁର ପଞ୍ଚାୟତର ମଙ୍ଗଳପୁର ର ୨ନଂ ଅଙ୍ଗୱାଡ଼ି କେନ୍ଦ୍ରରେ ଦିନ ୧୨ ଘଟିକା ସମୟରେ ଅଙ୍ଗନୱାଡ଼ିର ଶିକ୍ଷୟତ୍ରୀ ପ୍ରମୋଦିନି ତରା ଘରକୁ ଲାଟିନ ପାଇଁ ଯାଇଥିବା ବେଳେ, ସହକର୍ମୀ ପିଅନକୁ ଅଙ୍ଗନୱାଡ଼ି ଦାୟିତ୍ୱ ଦେଇ ଶ୍ରୀମତୀ ତରାଇ ଲାଟିନ ପାଇଁ ଯାଇଥିବା ବେଳେ, ସହକର୍ମୀ ପିଅନ ଅଙ୍ଗନୱାଡ଼ିରେ ରୋଷେଇ ସାରିବା ପରେ ପିଲାମାନଙ୍କୁ ଡାକିବାକୁ କୋଠରୀକୁ ଯାଇଥିବା ବେଳେ, ସେହି ମଙ୍ଗଳପୁର ଗ୍ରାମର ସଂଜୟ ପାତ୍ରଙ୍କ ୪ବର୍ଷର ଝୀଅ ସଲିନା ସୁଶ୍ରୀ ସଂଙ୍ଗୀତା ପାତ୍ର ଅଙ୍ଗନୱାଡ଼ି ସେଣ୍ଟର ଉପରେ ଥରୁଥିବା ଦେଖିବାକୁ ପାଇଥିଲେ । ଏନେଇ ପିଅନ ଝୀଅର ବାପା ମାଙ୍କୁ ଜଣାଇବା ସହିତ ପୁଅର ବାପା ବାବୁ ଦଳେଇକୁ ଘଟଣା ସର୍ମ୍ପକରେ ଜଣାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସେହି ମଙ୍ଗଳପୁର ଗ୍ରାମର ବାବୁ ଦଳାଇ ପୁଅ ଦେବାଶିଷ ଦଳେଇ ସଂଜୟ ପାତ୍ର ଝୀଅକୁ ଦୁଃସକର୍ମ କରିଥିବା ଜଣାପଡ଼ିବା ପରେ ବ୍ରହ୍ମବରଦା ଫାଣ୍ଡିରେ ସଂଜୟ ପାତ୍ର ଅଭିଯୋଗ କରିବା ପରେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ଘଟଣା ସ୍ଥଳରେ ପହଁଞ୍ଚô ବାବୁ ଦଳାଇ ପୁଅ ଦେବାଶିଷକୁ ଗିରଫ କରିବା ସହିତ ଉଭୟକୁ ଡାକ୍ତରୀ ମାଇନା କରାଯାଇଥିଲା । ଆସାମୀ ଦେବାଶିଷ ଦାଳାଇକୁ ଅନୁଗୁଳ ବାଳାଶ୍ରମକୁ ପଠାଯାଇଥିବା ବେଲେ, ଦେସ୍ ନଂ ୩୭୬(ଇ)ଈ ସିକ୍ସ ପୁକ୍ସ ପିପ୍ରିମ୍ପାଲ ଡିଡିୟୁଜ ନିଆଯାଇ ରଖାଯାଇଥିବା ଜଣାଯାଇଚି । ଦିର୍ଘ ୭ ଦିନ ବିତିଯାଇଥିଲା ମଧ୍ୟ ଅଙ୍ଗନୱାଡ଼ିର ଶିକ୍ଷୟତ୍ରୀ ପ୍ରମୋଦିନୀ ତରାଇ ତାଙ୍କ ଅଥରେଟି ସିଡିପିଓଙ୍କୁ ଲିଖିତ ଭାବରେ ଜଣାଇବା ସିଡିପିଓ ସଂଜୁକ୍ତା ସାହୁ ଗଣମାଧ୍ୟମକରେ ପ୍ରକାଶ ପାଇବା ପରେ ସିଡିପିଓ ଘଟଣା ସ୍ଥଳକୁ ଆସି ତଦନ୍ତ କରିବା ଯାଜପୁର ଉପଜିଲ୍ଲାପାଳ ନାରାୟଣ ଧଳ ମଙ୍ଗଳପୁର ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସି ତଦନ୍ତ ନକରିବା ଏବଂ ପିଅନର ସ୍ୱାମୀ ଅର୍ଦ୍ଧପାଗଳ ଥିବା ବେଳେ ଗରିବ ପିଅନକୁ ଏବଂ ଶିକ୍ଷୟତ୍ରୀଙ୍କୁ ବହିସ୍କାର କରିବା ଘଟଣା ଧର୍ମଶାଳା ଅଞ୍ଚଳରେ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଚି । ଉଚ୍ଚ ସ୍ତରୀୟ ତଦନ୍ତ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ତଦନ୍ତ କରିବା ସହିତ ପିଅନ ଏବଂ ଶିକ୍ଷୟତ୍ରୀଙ୍କୁ ଅଙ୍ଗନୱାଡ଼ିରେ ଚାକିରୀ ଦେବା ପାଇଁ ସାଧାରଣରେ ଦାବି କରାଯାଉଚି । ଶିଶୁ ବିକାଶ ମନ୍ତ୍ରୀ ଏହାର ଉଚ୍ଚ ସ୍ଥରୀୟ ତଦନ୍ତ କରାଯିବା ପାଇଁ ଗରିବ ପିଅନ ବଳି ପଡ଼ିଥିବା ବେଳେ, ପ୍ରଶାସନ ଏହା ଉପରେ ତଦନ୍ତ କରାଯିବା ଲାଗି ସାଧାରଣରେ ଦାବି କରାଯାଉଚି ।
ମଙ୍ଗଳପୁର ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ଏବଂ ସହକର୍ମୀ ସସ୍ପେଣ୍ଡ ହେଲେ
|
January 23, 2020 |
