ମକର ସଂକ୍ରାନ୍ତି ପାଇଁ ରାଉରକେଲାରେ ପ୍ରସ୍ତୁତି ଜୋରଦାର

Spread the love
ରାଉରକେଲା,୧୩/୧/୨୦୨୦ (ସନ୍ଧାନ ନିଉଜ) : ଆଉ ଦିନ କେଇଟା ପରେ ପବିତ୍ର ମକର ସଂକ୍ରାନ୍ତି। ଦେଶର ବିଭିନ୍ନ ଭାଗରେ ତିଳକୁଟର ଚାହିଦା ରହିଛି। ବିହାରର ଗୟାର ତିଳକୁଟ ବିଶ୍ବ ପ୍ରସିଦ୍ଧ। ହେଲେ ରାଉରକେଲାରେ ଗତ କେତେ ବର୍ଷ ହେଲା ବିହାର ଗୟାରୁ କାରିଗର ଆସି ତିଳକୁଟ ତିଆରି କରୁଛନ୍ତି। ରାଉରକେଲାରେ ଗୟା ଭଳି ତିଳକୁଟ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଉଛି। ଗତ ଏକ ମାସ ହେଲା ପାଖାପାଖି 30 କାରିଗର ରାଉରକେଲାରେ ରହି ଦିନ ରାତି ତିଳକୁଟ ତିଆରି କାମ କରୁଛନ୍ତି। ଚାହିଦା ଅଧିକ ବୃଦ୍ଧି ପାଉଥିବାରୁ 14 ତାରିଖ ଯାଏଁ ଏମାନେ ତିଳକୁଟ ତିଆରି କାମ କରିବେ।

Related Posts

About The Author

Add Comment