ଭୟାବହ ଅଗ୍ନିକାଣ୍ଡରେ ୮ ବଖରା ଘର ଭସ୍ମୀଭୂତ

Spread the love

ଭଦ୍ରକ, ୧୭/୦୭/୨୦ (ସନ୍ଧାନ ନିଉଜ) : ଏହି ଜିଲାର ଧାମନଗର ବ୍ଲକ୍‌ର ଅସୁରାଳି ନିକଟସ୍ଥ ତୋରବନ୍ତିଆ ଗ୍ରାମରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ଦୁଇଟି ପିରବାରର ୮ ବଖରା ଘର ଭସ୍ମୀଭୂତ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମର ସୁନାକର ସାହୁଙ୍କ ରୋଷେଇ ଘର ଗ୍ୟାସ୍ ସିଲିଣ୍ଡର ଫାଟିବା ଫଳରେ ତାଙ୍କ ଘର ସମେତ ବିନୋଦ ସାହୁ, ପ୍ରଭାତ ସାହୁ, ସୁଶାନ୍ତ ସାହୁ, ପ୍ରଶାନ୍ତ ସାହୁ, ରାଜେନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ ଓ ଦୀନବନ୍ଧୁ ସାହୁଙ୍କ ୮ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ଧାମନଗରରୁ ଅଗ୍ନିଶମ ବିଭାଗ ପହଞ୍ôଚଲା ବେଳକୁ ସବୁକିଛି ନଷ୍ଟ ହୋଇଯାଇଥିଲା। ଧାମନଗରର ଅତିରିକ୍ତ ତହସିଲଦାର ଅଭିଲିପ୍ସା ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ôଚ କ୍ଷୟକ୍ଷତିର ଆକଳନ କରିବା ସହ ସରକାରୀ ନିୟମ ମୂଳେ ବିପନ୍ନ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଖବର ପାଇ ଜିଲା ପରିଷଦ ସଭ୍ୟା ଉମାମଣି ସାହୁ ଓ ସରପଞ୍ଚ ରାଜେନ୍ଦ୍ର ସାହୁ ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ôଚ ବିପନ୍ନଙ୍କୁ ସମବେଦନା ଜଣାଇଛନ୍ତି।

Related Posts

About The Author

Add Comment