ବାଲିଗୁଡା,୧୮/୦୬/୨୨(ସନ୍ଧାନ ନ୍ୟୁଜ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିଜିଗାଣ୍ଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା l ଦୁର୍ଘଟଣାରେ ୮୦ରୁ ଉର୍ଦ୍ଧ୍ଵ ଲୋକେ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରତର ରହିଛି l ସୂଚନା ମୁତାବକ ଗଦାପୁର ପଞ୍ଚାୟତ ପୁଟୁଡୁ ମାହା ଗ୍ରାମରୁ କନ୍ୟା ଯାତ୍ରୀ ଲୋକେ ଏକ ଟ୍ରକ ଯୋଗେ ଭୋଜି ଖାଇବାକୁ ବର ଯାତ୍ରୀ ଗ୍ରାମ ପାଙ୍ଗାଲିକୁ ଆସୁଥିଲା । ପ୍ଲିହେରି ପଞ୍ଚାୟତ ପାଙ୍ଗାଲି ଗ୍ରାମକୁ ଆସୁଥିବା ବେଳେ ସିଜିଗାଣ୍ଡା ଘାଟିରେ ଟ୍ରକଟି ଓଲଟି ପଡିଥିଲା ।ଯାହା ଫଳରେ ଟ୍ରକର ଡାଲାରେ ଥିବା ୧୦୦ ରୁ ଉର୍ଦ୍ଧ କନ୍ୟା ଯାତ୍ରୀଲୋକେ ଆସୁଥିବା ରାସ୍ତାର ବାମ ପାର୍ଶ୍ଵର ପ୍ରାୟ ୪୦ରୁ ୫୦ ଫୁଟ ତଳ ଖାଲକୁ ଖସି ପଡ଼ିଥିଲେ । ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ଓ ଅଗ୍ନିଶମ ବିଭାଗ ଦ୍ଵାରା ଲୋକଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସା ପାଇଁ ପଠାଇଛି । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆହୁରି କେତେ ଲୋକଙ୍କୁ ଅବସ୍ଥା ଗୁରୁତ୍ୱ ରହିଥିବା ବିଷୟ ମେଡ଼ିକାଲ ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି।
ଭୋଜି ଖାଇବାକୁ ଯିବାବେଳେ ଯାତ୍ରୀବାହୀ ଟ୍ରକ ଓଲଟି ୮୦ରୁ ଉର୍ଦ୍ଧ୍ଵ ଆହତ
|
June 19, 2022 |



