ବୈପାରିଗୁଡା,୨୦/୫ (ସନ୍ଧାନ ନିୟୁଜ)- କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତ ର ଚିଙ୍ଗିଡିଆଗୁଡା ଏବଂ କେଲୁଗୁଡା ଗ୍ରାମର ୫୦ରୁ ଉର୍ଦ୍ଧ୍ବ ଲୋକ ବିବାହ ଭୋଜିଖାଇ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।ଖବର ରୁ ପ୍ରକାଶ ଯେ,ଚିଙ୍ଗିଡିଆଗୁଡା ଗ୍ରାମରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା ଏହି ବିବାହ ଭୋଜିରେ ଖାଇ ସାରି ଘରକୁ ଫେରିବା ପରେ ସମସ୍ତଙ୍କୁ ବାନ୍ତି ସହ ଝାଡ଼ା ହୋଇଥିଲା ।ଚିଙ୍ଗୁଡିଆଗୁଡା ଏବଂ କେଲୁଗୁଡା ଗ୍ରାମର ପ୍ରାୟ ଲୋକଙ୍କୁ ଝାଡ଼ା ଓ ବାନ୍ତି ହୋଇଥିବା ଖବର ଜଣାପଡ଼ିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ।ଏହି ବିଷୟରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସୁଜିତ ପରିଡା ଙ୍କୁ ପଚାରିବାରୁ ୨୦ରୁ ଉର୍ଦ୍ଧ୍ବ ଭଲ ହେବା ପରେ ଘରକୁ ପଠେଇ ଦିଆଯାଇଛି ଏବଂ ଅନ୍ୟ ମାନଙ୍କ ର ଚିକିତ୍ସା ଚାଲିଛି ଯଥା ଶୀଘ୍ର ସେମାନଙ୍କୁ ଭଲ କରାଯାଇ ଘରକୁ ପଠାଯିବ ବୋଲି ପ୍ରକାଶ କରିଛନ୍ତି ।ବୈପାରିଗୁଡା ଡାକ୍ତରଖାନାରେ ବେଡ଼ ଅଭାବ ଯୋଗୁଁ ବହୁ ଜଣଙ୍କୁ ବାରଣ୍ଡାରେ ଚିକିତ୍ସିତ କରାଯାଉଥିବା ଦେଖିବାକୁ ମିଳିଥିଲା ।ତେବେ ବିବାହ ଭୋଜିରେ କେଉଁ ଖାଦ୍ୟ ଖାଇବା ଦ୍ୱାରା ଝାଡ଼ା ବାନ୍ତି ହୋଇଥିଲା ତାହାର ତଦନ୍ତ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।