ଭଦ୍ରକ ୧୬/୭ (ସନ୍ଧାନ ନ୍ୟୁଜ୍) -: ଭଦ୍ରକ ଜିଲ୍ଳା ଧୁଷୁରୀଥାନା ଅନ୍ତର୍ଗତ ସୁନ୍ଦରପୁର ଗାଁର ଜଣଙ୍କ ଘରେ ଗତକାଲି ରାତିରେ ପୂଜା ଆଳରେ କୋଭିଡ କଟକଣାକୁ ଫୁ କରି ଭଜନସମାହୋର ଓ ଭୋଜିଭାତର ଆସର ଜମିଥିଲା। ଏପରିକି ଭୋଜି ଭୋଗ ଖାଇ ରାତିରେ ଏକାଧିକ ଲୋକ ଘରକୁ ଫେରିଥିଲେ। ହେଲେ ଶେଷରେ ଭୋଜି ଖାଇଥିବା ୧୪ଜଣ ଅସୁସ୍ଥ ହୋଇପଡିବା ସହ ଝାଡାବାନ୍ତି ହେବାରୁ ଗାଁ ଲୋକ ପ୍ରଥମ ଆରଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାର କୌଣସି ଉନ୍ନତି ନ ହେବାରୁ ଭଦ୍ରକ ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।
ଭୋଗ ଖାଇ ୧୪ଜଣଙ୍କୁ ଝାଡାବାନ୍ତି, ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର
|
July 16, 2021 |