ଭୋକ ତାଡନାରେ ପାଠ ଛାଡିଲେ

Spread the love

ଉଦଳା, 03.12.2020 (ଲିଙ୍ଗରାଜ ପଣ୍ଡା): ବେଟି ବଚାଓ ବେଟି ପଢାଓ’ ନାରା ଦେଇ ସରକାର ବାଳିକା ଶିକ୍ଷାକୁ ଗୁରୁତ୍ବ ଦେଉଛନ୍ତି । ଅନୁସୂଚିତ ଜନଜାତିର ଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିଥିବା ଦର୍ଶାଇ ଜିଲ୍ଲା ପ୍ରଶାସନ ପ୍ରଶଂସା ସାଉଁଟିଛି। ତେବେ ବାସ୍ତବ ଚିତ୍ର କିନ୍ତୁ ଅଲଗା କଥା କହୁଛି। ଗୋଟିଏ ପଟେ ସରକାର ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ଲାଗୁ କରି ନିଜର ପାରିବାପଣିଆ ଦେଖାଉଥିବା ବେଳେ ଆଜି ବି ବହୁ ଛାତ୍ରୀ ନିଜ ଅସହାୟ ପରିବାରକୁ ଦାନା ମୁଠେ ଦେବା ପାଇଁ ଅଧାରୁ ପାଠପଢ଼ା ଛାଡିବାକୁ ବାଧ୍ୟ ହେଉଛନ୍ତି  ସେମିତି ଜଣେ  ଛାତ୍ରୀ ହେଉଛନ୍ତି ଉଦଳା ବ୍ଳକୁ ନୂଆଗାଁ ଗ୍ରାମର ବନା ସିଂ ଓ ରାନୀ ସିଂଙ୍କ ଝିଅ ସରସ୍ବତୀ(୧୪)  ସରସ୍ବତୀଙ୍କ ତଳେ ଅଛନ୍ତି ଆଉ ୨ ଭାଇ ଭଉଣୀ ପୂର୍ଣ୍ଣିମା(୭) ଓ ଆକାଶ(୨) ଗତ ଜୁନ୍ ମାସରେ ହଠାତ୍ ଘର କାନ୍ଥ ପଡ଼ିଯିବାରୁ ସରସ୍ବତୀଙ୍କ ବାପା, ମା’ ଉଭୟ ଗୁରୁତର ଆହତ ହୋଇଥିଲେ  ଅର୍ଥ ଅଭାବରୁ ଉନ୍ନତ ଚିକିତ୍ସା ସୁବିଧା ମିଳିଲାନି। ଏବେ ବାପା ବନା ଏବେ କିଛି କରିପାରୁ ନାହାନ୍ତି। ପୁଣି ତାଙ୍କୁ ଯକ୍ଷ୍ମା ହୋଇଥିବା ଜଣାପଡ଼ିଛି। ମା’ ରାନୀ ବାଡ଼ି ଧରି ବହୁ କଷ୍ଟରେ ଚଲାବୁଲା କରୁଛନ୍ତି। ବାପା, ମା ଦୁହେଁ କାମ କରିବାକୁ ଅକ୍ଷମ। ତେଣୁ ପାରିବାର ପୋଷିବାର ଦାୟିତ୍ର ଏବେ ବଡ଼ଝିଅ ସରସ୍ବତୀଙ୍କ କାନ୍ଧରେ ସେ କାମଧନ୍ଦା କଲେ ଅସହାୟ ବାପା, ମା’ ଓ ଛୋଟ ଭାଇ, ଭଉଣୀଙ୍କ ପେଟକୁ ଦାନା ଯିବା ତେଣୁ ବାଧ୍ୟହୋଇ ସରସ୍ବତୀ ନିଜ ପାଠ ପଢାରେ ଡୋରୀ ବାନ୍ଧି କାମ କରିବାକୁ ବାହାରି ପଡ଼ିଛନ୍ତି। ଏବେ ଝିଅର ରୋଜଗାର ଓ ସରକାରଙ୍କ ପକ୍ଷରୁ ମିଳୁଥିବା ୧୫ କିଲୋ ଚାଉଳରେ ପରିବାର ଚଳୁଛି ହେଲେ ୫ ପ୍ରାଣୀର ପରିବାରକୁ ୧୫ କିଲୋ ଚାଉଳ ନିଅଣ୍ଟ ପଡୁଛି  ବେଳେ ବେଳେ ସରସ୍ବତୀଙ୍କୁ କାମ ନ ମିଳିଲେ ପୂରା ପରିବାରକୁ ଭୋକରେ ଶୋଇବାକୁ ପଡ଼ୁଛି ଭୋକ ତାଡ଼ନାରେ ଆଜି ସରସ୍ଵତୀ ନିଜ ଭବିଷ୍ୟତକୁ ଅନ୍ଧାରକୁ ଠେଲି ପଢା ଛାଡିଥିବା ବେଳେ ସାନ ଭଉଣୀ ପୂର୍ଣ୍ଣିମା ଓ ଆକାଶର ଭବିଷ୍ୟତ ବି ଅନିଶ୍ଚିତ ଏହି ଦୁର୍ଦ୍ଦିନରେ ସରକାରଙ୍କ କେଉଁ ଯୋଜନା ସରସ୍ବତୀଙ୍କ ଦୁଃଖ ଦୂର କରୁଛି ଓ ସେ ପୁଣି ନିଜ ସାଙ୍ଗସାଥିଙ୍କ ସହ ବହି, ବସ୍ତାନି ଧରି ସ୍କୁଲ ଯାଉଛନ୍ତି ତାହାକୁ ଅପେକ୍ଷା

 

Related Posts

About The Author

Add Comment