ଧର୍ମଶାଳା, ୩୦ ।୩(ସନ୍ଧାନ ନିୟୁଜ/ମାନସ ରାଉତ): କରୋନା ପାଇଁ ସମଗ୍ର ଧର୍ମଶାଳା ଅଂଚଳରେ ଏବେ ଅଚଳା ବସ୍ଥା ଜାରି ରହିଛି । ଲୋକମାନେ କାମ ଧନ୍ଦାକୁ ଯାଇ ନପାରି ଦିନେ ଖାଇଲେ ଓଳିଏ ଉପବାସରେ ରହିବା ଭଳି ଅବସ୍ଥା ସୃଷ୍ଟି ହୋଇଛି । ଏହି ଲକ ଡାଉନ ପ୍ରଭାବରେ ମଜୁରିଆ ଶ୍ରେଣୀର ଲୋକମାନେ ବେଶ ପ୍ରବାବିତ ହେଉଛନ୍ତି । ଆଜକୁ ଛଅଦିନ ଧରି ଲକଡାଉନ ହେବା ଫଳରେ ଭିକାରୀ, ନିରାଶ୍ରୟ, ଭିନ୍ନକ୍ଷମ, ଓ ଆଦିବାସୀ ମହିଳା ମାନେ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ଅନେକ ଲୋକ ପେଟପାଇଁ ଦାନା ଯୋଗାଡ ପାଇଁ ଧାର କରଜ ମଧ୍ୟ କରିବା ଆରମ୍ଭ କରିଦେଲେଣି । ସବୁଠାରେ ଜୀବନ ବଞ୍ଚାଇବକୁ ଲୋକମାନଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି । କିନ୍ତୁ ଘରେ ସେମାନେ ଏତେ ଦିନ ରହିଲେ କଣ ଖାଇ ବଞ୍ଚôବେ ସେଥିପାଇଁ କାହା ଘରେ କିଛି ପହଞ୍ଚô ପାରିନାହିଁ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସେହି ପିଡିତ ମାନଙ୍କ ପାଖରେ ପହ‚ôଛି ଜାରାକା ସ୍ଥିତ ଆଂଶୂମାନ ମେମୋରିଆଲ ଟ୍ରଷ୍ଟ । ସେମାନେ ଏହି ଦୁଃସମୟରେ ଏହି ଭୋକିଲା ମାନଙ୍କ ପେଟକୁ ଗୋଟିଏ ଓଳିର ଖାଦ୍ୟ ଦେଇ ସାହାଯ୍ୟର ହାତ ବଢାଇଛନ୍ତି । ଅନୁଷ୍ଠାନର ସମ୍ପାଦକ ହିମାଂଶୁ ଶେଖର ସାହୁ ଆଜି ଦିନ ତମାମ ବୁଲି ବୁଲି ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ଯୋଗଇବା ସହିତ ଶୁଖିଲା ଖାଦ୍ୟ ମଧ୍ୟ ବାଣ୍ଟିଛନ୍ତି । ଏଥି ସହିତ ପ୍ରତ୍ୟେକ ପରିବାରକୁ ଭେଟି କରୋନା ଭୁତାଣୁ ଠାରୁ କିପରି ନିଜକୁ ସୁରକ୍ଷିତ ରଖାଯାଇ ପାରିବ ସେଥିପାଇଁ ସଚେତନତା ସୃଷ୍ଟି କରୁଛନ୍ତି । ସାବୁନ, ମାସ୍କ, ସାନିଟାଇଜର ଆଦି ଲୋକାମନଙ୍କୁ ବାଣ୍ଟିଛନ୍ତି । ସେ ତାଙ୍କର ସଦସ୍ୟ ମାନଙ୍କୁ ନେଇ ଯେଉଁ ଗାଁରେ ଲୋକମାନେ ବେଶି ଅଭାବ ଗ୍ରସ୍ଥ ରହିଛନ୍ତି ସେମାନଙ୍କୁ ଭେଟି ତାଙ୍କ ପାଖରେ ରନ୍ଧାଖାଦ୍ୟ ଯୋଗାଇ ଦେଉଛନ୍ତି । ମଧୁପୁରଗଡ ପଂଚାୟତର କୁକୁଡାଖାଳି ପାତ୍ରସାହିରେ ୪୦ ପରିବାରକୁ ଆଜି ଶୁଖିଲା ଓ ରନ୍ଧା ଖାଦ୍ୟ ପରସିଥିଲେ । ସୁଜି, ଉପମା, ବିସ୍କୁଟ, ଡାଲମା, ଚିନି, ଚୁଡା ଆଦି ଦ୍ରବ୍ୟ ଯୋଗଇଛନ୍ତି । ଆଜି ଦିନରେ କୁକୁଡାଖାଳି, ଟିକରସାହି, ଚଣ୍ଡିଖୋଲର ବନ୍ଜାରାବସ୍ତି, କଣ୍ଟିଗଡିଆ ଆଦିବାସି ବସ୍ତି, ପାଖର ପଂଚାୟତ, ବଜ୍ରଗିରି ଓ କଦମପାଳ ଗ୍ରାମରେ ବୁଲି ବୁଲି ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ସେ ତାଙ୍କର ଏହି ସେବା ଆଗାମି ଦିନରେ ଜାରି ରଖିବେ ବୋଲି କହିଥିଲେ । ଯେଉଁ ଯାଗାରେ ଏହି ଭଳି ଆବସ୍ୟକତା ଥିବା ଲୋକ ରହିଛନ୍ତି ସେମାନଙ୍କ ପାଖରେ ପହଞ୍ଚôବାକୁ ଅନୁରୋଧ କରିଛନ୍ତି ।
ଭୋକିଲା ପେଟକୁ ଆହାର ଯୋଗାଉଛି ଆଂଶୁମାନ ମେମୋରିଆଲ ଟ୍ରଷ୍ଟ
|
March 30, 2020 |
