ଭୂମିହୀନ ଦର୍ଶାଇ ନିର୍ମାଣଧିନ ପାର୍କକୁ ହାତେଇ ନେବା ଘଟଣା, ୩୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପାର୍କରେ ବୃକ୍ଷରୋପଣ

Spread the love

ବାଲିଗୁଡା, ୧୧/୧୦(ସନ୍ଧାନ ନ୍ୟୁଜ୍) :-  କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକ ବସ୍ତିଙ୍ଗିଆରେ ଠାରେ ସରକାରୀ ଅନୁଦାନରେ  ନିର୍ମାଣ ହେଉଥିବା ଏକ ପାର୍କକୁ ଜଣେ ବ୍ୟକ୍ତି ନିଜକୁ ଭୁମିହୀନ ଦର୍ଶାଇ ପାର୍କ ନିର୍ମାଣ ହେଉଥିବା ସରକାରୀ ଜମିକୁ ହାତେଇ ନେବା ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି। ଗତ ଦିନରେ ଉକ୍ତ ଜମିକୁ ନେଇ ମାମଲା ଥାନାରେ ପହଁଚିଥିବା ବେଳେ ଗାନ୍ଧୀଜୟନ୍ତି ଅବସରରେ ବସ୍ତିଙ୍ଗିଆ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ଉକ୍ତ ପାର୍କକୁ ଉଦ୍‌ଘାଟନ ନେଇ ନିଷ୍ପତ୍ତି ନିଆଯିବା ସହିତ ଆଦିବାସୀ ପରମ୍ପରା ପ୍ରକାରେ ପୂଜାରୀ (ଜାନୀ)ଙ୍କ ଦ୍ୱାରା ପୂଜାପାଠ କରିବା ପରେ ତାହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଛି। ବସ୍ତିଙ୍ଗିଆ ପଂଚାୟତ ମହିଳା ସଂଘର ପ୍ରାୟ ୩୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ଶହ ଶହ ମହିଳା ସାମିଲ୍ ହୋଇ ଉକ୍ତ ପାର୍କକୁ ସଫା କରିବା ସହିତ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଛନ୍ତି। ଉକ୍ତ ପାର୍କକୁ ସୌନ୍ଦର୍ଯ୍ୟ କରଣ  କରିବା ପାଇଁ ମହିଳା ସଂଘମାନଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯିବା ସହିତ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଉକ୍ତ ଜମିକୁ ଚଞ୍ଚକତା କରି ହଡ଼ପ କରିଥିବା ବ୍ୟକ୍ତିଙ୍କ  ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସେହିଭଳି ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ୍ ଚୁପ୍ ହୋଇ ବସିଥିବା ସ୍ଥାନୀୟ ସରପଂଚ ନଳିନୀ କହଁର ଅସନ୍ତୋଷ ପ୍ରକାଶ କରିଛନ୍ତି।

Related Posts

About The Author

Add Comment