ବାରିପଦା, ୦୨.୦୨.୨୦୨୧(ସନ୍ଧାନ ନିଉଜ୍):- ଆଉ କିଛି ଦିନ ପରେ ହୋଇଥାନ୍ତା ବିବାହ । ଝିଅ ଦେଖିବାକୁ ଯାଇଥାନ୍ତେ । କିନ୍ତୁ ନିୟତିର ଖେଳ କିଛି ଅଲଗା ଥିଲା । ଅବହେଳା ପାଇଁ ଚାଲିଗଲା ଜୀବନ । କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକସନ୍ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ହେଲେ ଭିଙ୍ଗାରପୁର ଶାସନର ସିଦ୍ଧି ନାଥ ସାହୁ । ବିହାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ସାମାନ୍ୟ ଭୁଲ ଇଞ୍ଜେକ୍ସନ ତାଙ୍କ ଜୀବନ ଚାଲି ଯାଇଛି । ରାତି ପାହିଥିଲେ ସିଦ୍ଧି ବିବାହ ପାଇଁ ଝିଅ ଦେଖିବାକୁ ଯାଇଥାନ୍ତେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସାମାନ୍ୟ ଭୂଲ ସବୁ ସ୍ୱପ୍ନକୁ ରାତି କାଳ ଅନ୍ଧାର ଭିତରେ ହଜାଇ ଦେଲା । ସୂଚନା ଅନୁସାରେ, ରବିବାର ରାତିରେ ଏକ ଭୋଜି ଖାଇ ଫେରିଲା ବେଳେ ସିଦ୍ଧିଙ୍କର ପେଟ ମୋଡି ହେବା ସହ ବାନ୍ତି ହୋଇଥିଲା । ସେ ନିଜେ ଚାଲି ଚାଲି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ରାତି ପ୍ରାୟ ୨ଟା ବେଳକୁ ଡାକ୍ତର ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ ।ତେବେ ଇଞ୍ଜେକ୍ସନ ନେବାର ଠିକ୍ ୫ ମିନିଟ ପରେ ସିଦ୍ଧିନାଥଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ବର୍ଗ ଅଭିଯୋଗ କରିଛନ୍ତି ।
ଭୁଲ ଇଞ୍ଜେକସନ୍ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ
|
February 2, 2021 |