ଭୁବନେଶ୍ୱର, ୧୫/୦୪ (ସନ୍ଧାନ ନିଉଜ) : ଆସନ୍ତା ୧୬ ତାରିଖ ଅପରାହ୍ନ ୪ ଟା ବେଳେ ପ୍ରାଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ଏକ ବିରାଟ ରୋଡ ସୋ ଏବଂ ବରମୁଣ୍ଡା ପଡିଆ ଠାରେ ଏକ ବିଶାଳ ସଭାରେ ଉଦବୋଧନ ଦେବେ। ଭୁବନେଶ୍ୱର ସମେତ ୫ଟି ଲୋକସଭାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳିର ଜନତା ଏଥିରେ ଯୋଗଦେବେ ବୋଲି ଖୋର୍ଧାଠାରେ ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଲେଖାଶ୍ରୀ କହିଛନ୍ତି ଯେ ଓଡିଶାର ମୁଖ୍ୟମନ୍ତ୍ରୀ ବିଜେଡିର ମୁଖିଆ ନବୀନ ବାବୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ ବୋଲି ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନବୀନ ବାବୁ କଣ ରାହୁଲ ଗାନ୍ଧି, ମମତା ବାର୍ନାଜୀ, ଚନ୍ଦବାବୁ ନାଇଡୁ, ଅଖିଳେଶ ଯାଦବ ଏବଂ ଫାରୁକ ଅବଦୁଲା ଭଳି ରାଜନେତାମାନେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଚାହୁଁଛନ୍ତି ତାହା ସ୍ୱଷ୍ଟ କରନ୍ତୁ। ନବିନ ବାବୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଲୋକପ୍ରୟତାକୁ ଦେଖି ଇର୍ଷାନିତ ହୋଇ ଏଭଳି ବକ୍ତ୍ୟବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଓଡିଶାରେ ଯାହା ଯାହା ଲୋକାଭିମୁଖୀ କାର୍ଯ୍ୟ କରିବାକୁ ଚାହିଁଛନ୍ତି ସବୁଥିରେ ବାଧକ ସୃଷ୍ଟି କରିଛନ୍ତି ନବୀନବାବୁ। ସେ ଆବାସ ଯୋଜନା ହେଉ, ଆୟୁସ୍ମାନ ଯୋଜନା ହେଉ, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ହେଉ, ପାରାଦ୍ୱୀପରେ ୧ ଲକ୍ଷ ୩୭ ହଜାର କୋଟି ଟଙ୍କାର ପ୍ରୋଟୋଲିୟମ ହବ ପାଇଁ ପୁଞ୍ଜି ନିବେଶ କଥା ହେଉ, ଖୋର୍ଦ୍ଧାର ପାଇକ ବିଦ୍ରୋହ ୨୦୦ ବର୍ଷର ପୂର୍ତି ସ୍ମାରକୀ ନିର୍ମାଣ କଥା ହେଉ ସବୁଥିରେ ବାଧକ ସୃଷ୍ଟି କରିଛନ୍ତି ନବୀନବାବୁ। କେନ୍ଦ୍ର ସରକାର ଯେତେବେଳେ ଯେଉଁ ଭଲ ଯୋଜନା କରୁଛନ୍ତି ନବୀନବାବୁ କିଭଳି ଏହି ଯୋଜନା ନହୋଇ ପାରିବ ଏବଂ ଲୋକଙ୍କ ପାଖରେ ଏହାର ଲାଭ ନପହଂଚିପାରିବ ତାହା ପାଇଁ ଷଡଯନ୍ତ୍ର କରୁଛନ୍ତି। ନବୀବବାବୁ ଚାହୁଁ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଜନାକୁ ଗରିବ ଲୋକମାନଙ୍କୁ ମିଳୁ।