ଭୁବନେଶ୍ୱର,୨୧/୦୪ (ସନ୍ଧାନ ନିଉଜ) : କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିଲେ ମଧ୍ୟ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଲୋକମାନେ ସାମାଜିକ ଦୂରତ୍ୱକୁ ଖୋଲାଖୋଲି ଉଲ୍ଳଘଂନ କରୁଥିବାରୁ କରୋନା ହଟସ୍ପଟ୍ ‘ଭୁବନେଶ୍ୱର’ରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ ଆଗ୍ନେୟଗିରି ଭଳି ବିସ୍ଫୋରକ ହେବ ବୋଲି ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ଇନ୍ଦୋର ଓ ଭୁବନେଶ୍ୱର ସହରର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବା ସହ ଲୋକମାନେ ଯଦି ନିଜେ ସଚେତନ ନହେବେ ତା’ହେଲେ ଭୁବନେଶ୍ୱର ସହରର ସ୍ଥିତି ଖୁବଶୀଘ୍ର ଇନ୍ଦୋର ସହର ଭଳି ହୋଇଯିବ ବୋଲି ସତର୍କ କରାଇ ଦେଇଛନ୍ତି।
ଭୁବନେଶ୍ୱରରେ ସ୍ଥିତି ବିସ୍ଫୋରକ ହେବ: ବାଗଚୀ
|
April 21, 2020 |


