ଭିସା ଷ୍ଟିଲ କର୍ମଚାରୀ ଛଟେଇ ପରେ ପାଉ ନାହାଁନ୍ତି ବକେୟା ପ୍ରାପ୍ୟ: ହାତ ଟେକିଦେଲେ ଶ୍ରମ ଅଧିକାରୀ

Spread the love

ଧର୍ମଶାଳା, ୧୯/୧୧ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଭିସା ଷ୍ଟିଲର ଠିକାଦାରଙ୍କ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ୨୦୧୦ ମସିହାରୁ । ଏଥିପାଇଁ ସେମାନଙ୍କୁ ଭିସା ଷ୍ଟିଲ ପକ୍ଷରୁ ପ୍ରବେଶ ଆନୁମତି ପତ୍ର ନିୟମିତ ଭାବରେ ମିଳୁଥିଲା । ୨୦୧୦/୧୧ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରି ବିନା କାରଣରେ ବିନା ନୋଟିସରେ କାର୍ଯ୍ୟରୁ ଅନ୍ତର କରାଗଲା । ରାତିରେ କାର୍ଯ୍ୟରୁ ଆସି ସକାଳୂ ପୁଣି କର୍ମକ୍ଷେତ୍ରକୁ ଗଲା ବେଳକୁ ଚାକିରୀ ନାହିଁ । ଗେଟ ପାସ ନମିଳିବାରୁ ନିରାସ ହୋଇ ଗେଟ ଦୁଆରୁ ଫେରିବାକୁ ପଡିଲା । କାରଣ ଜାଣିବାକୁ ଚାହିଁବାରୁ ଉତ୍ତର ଦେବାକୁ ବାଧ୍ୟ ନୁହଁନ୍ତି ବୋଲି ରୋକ ଠୋକ ସୁଣାଇଦେଲେ ଗେଟ କିପର । ଆଠମାସ ହେବ କାର୍ଯ୍ୟରୁ ଛଟେଇ ହୋଇଥିଲେ ମଧ୍ୟ ଅଦ୍ୟାବଧି କର୍ମଚାରୀଙ୍କୁ ତାଙ୍କର ଫୁଲ ଆଣ୍ଡ ଫାଇନାଲ ବକେୟା ପାଉଣା ମିଳୁନାହିଁ କି ଜିପିଏଫରେ ପ୍ରତି ମାସରେ ପ୍ରାପ୍ୟ ଟଙ୍କା ଜମା କରାଯାଇନାହିଁ ।
ଏଭଳି ଅଭିଯୋଗ ଆସିଛି ଭିସା ଷ୍ଟିଲ ଅଧିନରେ ଠିକାଦାର ଭାବରେ ଠିକା କାମ କରୁଥିବା ଏମ.ବି ଲଜିଷ୍ଟିକ୍ ଏଣ୍ଡ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ, ଯଖପୁରା, କଳୀଙ୍ଗନଗର, ଯାଜପୁର ନାମରେ । ଏହି କମ୍ପାନୀରେ ମହେଶ୍ୱର ଭୂୟାଁ ପି. ରାମଚନ୍ଦ୍ର ଭୂୟାଁ, କମାଗଡ, ଜେନାପୁର, ଯାଜପୁର ୨୦୧୦ ମସିହାରୁ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ସହିତ ଏହି ପ୍ଲାଣ୍ଟରେ ଆଖପାଖ ଅଂଚଳରୁ ୨୫ରୁ ଉଦ୍ଧ୍ୱର୍ ଶ୍ରମିକ କାର୍ଯ୍ୟରତ ଥିଲେ । ସେମାନେ ହେଲେ ପ୍ରମୋଦକୁମାର ଦାସ,ସଦାଶିବ ସାହୁ, ରାମେସହ ପାରିଦା, ବସନ୍ତ ପେରାଇ.କଙ୍କଡାଝର, ଶୁସାନ୍ତକୁମାର ଦାସ, ପ୍ରଦୀପକୁମାର ମହାନ୍ତି, ପ୍ରମୋଦ ଚାନ୍ଦ, ବିକାଶକୁମାର ବେହେରା, ଅଶୋକକୁମାର ଓଝା, ଧନେଶ୍ୱର ନାୟକ, ସୁବାଶ ବେହେରା, ଧରଣିଧର ପାତ୍ର, ଶିବରାମ ସାହୁ, ତ୍ରୀଲୋଚନ ନାୟକ, ଜିତେନ୍ଦ୍ର ବଳ, ସୁଶାନ୍ତ ଜେନା, ମନୋରଞ୍ଜନ ଜେନା, ହିରଣ୍ଣ୍ୟ ମଲିକ ପ୍ରମୂଖ କାର୍ଯ୍ୟକରୁଥିଲେ । ଗତ ମାର୍ଚ୍ଚ ୩୧ ତାରିଖରୁ ଏହି ସଂସ୍ଥା ବିନା କୌଣସି ନୋଟିସରେ ଏମାନଙ୍କୁ କାର୍ଯ୍ୟରୁ ବାହାର କରିଦେଇଛନ୍ତି । କର୍ମଚାରୀମାନେ ଅପ୍ରିଲ ୧ ତାରିଖରେ ଡ୍ୟୁଟିରେ ଯୋଗ ଦେବାକୁ ଯାଇଥିଲେ ମଧ୍ୟ ସେଦିନ ସେମାନଙ୍କୁ କମ୍ପାନୀ ପକ୍ଷରୁ ଗେଟପାସ ଯୋଗଇ ଦିଆଯାଇନଥିଲା । ବିଭିନ୍ନ ଅସୁବିଧା ଦର୍ଶାଇ ଆସନ୍ତା କାଲି ଗେଟପାସ ଦିଆଯିବ କହିବାରୁ କର୍ମଚାରୀ ମାନେ ସେଦିନ ଘରକୁ ଫେରିଆସିଥିଲେ । ତହିଁଆର ଦିନ ଗେଟରୁ ପାସ ନପାଇ ଫେରିବାରୁ କର୍ମଚାରୀ ମାନେ ଜାଣି ଯାଇଥିଲେ କି ସେମାନଙ୍କର ଚାକିରୀ ଆଉ ଏଠାରେ ନାହିଁ । ଶ୍ରମ ଅଇନ ଅନୁଯାଇ ଠିକା ଶ୍ରମିକ ଆକ୍ଟ ୧୯୭୦ ଓ ଠିକା ଶ୍ରମିକ ଆଇନ ଓଡିଶା ୧୯୭୫ ଆନୁଯାଇ ଏମାନଙ୍କୁ କମ୍ପାନୀ କତ୍ତୃପକ୍ଷ କୌଣସି ସୁଚନା ଦେଇନାହାଁନ୍ତି କିମ୍ବା ସେମାନଙ୍କୁ ଚାକିରିରୁ ଛଟେଇ ସମୟରେ ସର୍ତ୍ତାବଳୀ ଅନୁଯାଇ କାର୍ଯ୍ୟ କରିନାହାଁନ୍ତି । ଶ୍ରମିକ ମାନଙ୍କର ଇପିଏଫ ଜମା ଠିକ ଭାବରେ କରାଯାଇନାହିଁ । ଇଏସଆଇ ଭବିଷ୍ୟ ନିଧି ପାଣ୍ଠି ରେ ତାଙ୍କ ପାଇଁ କୌଣସି ସୁବିଧା କରାଯାଇନାହିଁ । ଶ୍ରମିକମାନଙ୍କର ଫୁଲ ଏଣ୍ଟ ଫାଇନାଲ ପେମେଣ୍ଟ ମଧ୍ୟ କରୁନାହାଁନ୍ତି । ମାଗିଲେ ଆଉ ଭିସା ରେ ପୁରେଇ ଦିଆଯିବ ନାହିଁ ବୋଲି ଧମକ ଦେଉଛନ୍ତି । ଏନେଇ ଚିଠିନଂ ଓଆର ୧୫୧/ଇ/୨୦୧୯/୦୦୦୩୨ରେ ଜିଲାପାଳ ଅବଗତ ଅଛନ୍ତି । ମାମଲା ଏବେ ଜିଲା ଶ୍ରମ ଅଧିକାରୀଙ୍କ କୋର୍ଟରେ ରହିଛି । ୨୨ ।୪ ।୨୦୧୯ରେ ଜିଲାପାଳ ଏହାକୁ ଗ୍ରିଭାନ୍ସ ଭାବରେ ଗ୍ରହଣ କରିଛନ୍ତି । ୮ଜୁଲାଇରେ ଯୁଗ୍ମ ଶ୍ରମ ଅଧିକାରୀ ଯାଜପୁରଙ୍କ ନିକଟରେ ଅଭିଯୋଗ କଲାପରେ ୨୨୧୫/୧୦.୫.୧୯,୨୨୧୮/୧୯ପୃଥକ ଭାବରେ ଦୁଇଟି ନୋଟିସ ଓ ୨୩ ।୫ ।୧୯ରେ ଅନ୍ୟ ଏକ ନୋଟିସ କମ୍ପାନୀ ମାଲିକ ମହେନ୍ଦ୍ରକୁମାର ଧଳ, ଠିକାଦାର ଏମ ିବି ଲଜିଷ୍ଟିକ୍ ଏଣ୍ଡ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ, ଯଖପୁରା, କଳିଙ୍ଗନଗର, ଯାଜପୁରଙ୍କୁ ମିଳିତ ତଦନ୍ତ ପାଇଁ ନୋଟିସ କରିଥିଲେ । ଏହାର ଉତ୍ତରରେ କମ୍ପାନୀ ପକ୍ଷରୁ ଚିଠିନଂ ଏମବିଏଲସିପିଏଲ/୧୯-୨୦/୦୪ ତା ୨୪.୬,୧୯ରେ ଲିଖିତ ଭାବରେ କର୍ମଚାରୀ ମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ସହ ଧାର୍ଯ୍ୟ ସମୟରେ କାର୍ଯ୍ୟକୁ ଆସି ଯୋଗ ଦେଉନଥିବାରୁ ତାଙ୍କୁ ବାରମ୍ବାର ନୋଟିସ କରାଯାଇଥିଲା । ତଥାପି ସେମାନେ କାର୍ଯ୍ୟରେ ଯୋଗ ଦେଲେ ନାହିଁ । କମ୍ପାନୀ ସେମାନଙ୍କୁ ଯୋର କରି ବାହାର କରିନାହିଁ । ବରଂ ସେମାନେ ନିଜେ କାର୍ଯ୍ୟରେ ଯୋଗ ନଦେଇ କାର୍ଯ୍ୟରୁ ଅବ୍ୟାହତି ନେଇଛନ୍ତିବୋଲି ଦର୍ଶାଯାଇଛି । ତେବେ ଏହି କର୍ମଚାରୀ ଜଣକ ନିଜେ ଦଶ ବର୍ଷରୁ ଅଧିକ ସମୟ ଧରି କମ୍ପାନୀରେ କର୍ଯ୍ୟକରି ଏବେ ଚାକିରୀ ହରାଇବା ସହିତ ତାର ଫୁଲ ଏଣ୍ଡ ଫାଇନାଲ ପେମେଣ୍ଡ ନପାଇ ନାନା ଅସୁବିଧାରେ ଥିବା ହେତୁ ଜିଲାପାଳ ଦୃଷ୍ଟିଦେବାକୁ ନିବେଦନ କରିଛନ୍ତି ।

Related Posts

About The Author

Add Comment