ଭିମଟାଙ୍ଗି ହତ୍ୟାକାଣ୍ଡ ଘଟଣା ହତ୍ୟାକରୀ ଏବେ ମେଡିକାଲରେ

Spread the love

ଯାଜପୁର, ୦୭/୦୭/୨୦୨୧ (ସନ୍ଧାନ ନିଉଜ) : ପ୍ରେମ ଘଟଣାକୁ କେନ୍ଦ୍ରକରି ଏକତରଫା ଭାବେ ପ୍ରେମକରୁଥିବା ଏହି ପ୍ରେମିକ ଜଣଙ୍କ ପ୍ରେମୀକାକୁ ହତ୍ୟାକରିବା ପାଇଁ ଓ ତାଙ୍କ ପୁଅକୁ ହତ୍ୟା କରିବା ପାଇଁ ସୁଚିନ୍ତିତ ଭାବରେ ଯୋଜନା ପ୍ରସ୍ଥୁତ କରି ହତ୍ୟା କରିବା ପାଇଁ ଏହି ହତ୍ୟାକାରୀ ଭୂବନେଶ୍ୱର ଯାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ସୋମବାର ଦିନ ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଧୃବଚରଣ ପ୍ରଧାନଙ୍କ ପୁଅ ଜଗନ୍ନାଥ ପ୍ରଧାନ ନିଜ ପ୍ରେମିକା ରହୁଥିବା ଧର୍ମଶାଳାରୁ ଦିନ ୧୦ଘଟିକା ସମୟରେ ଭୂବନେଶ୍ୱର ଭିମଟାଙ୍ଗି ହାଉସିଂବୋର୍ଡ କଲୋନୀରେ ରହୁଥିବା ରାକେଶ ସାହୁ ଧର୍ମପତ୍ନୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ(୨୬)କୁ ବିଭତ୍ସଭାବେ ହତ୍ୟାକରିଥିଲା । ପ୍ରେମଘଟଣାକୁ କେନ୍ଦ୍ରକରି ଜଗନ୍ନାଥ ପ୍ରଧାନ ନିର୍ମମ ଭାବେ ତାଙ୍କ ଘରେ ପ୍ରିୟଙ୍କା ପ୍ରିୟଦର୍ଶିନୀ କୁ ହତ୍ୟା କରିଥିବା ବେଳେ, ହତ୍ୟାକାରୀ ପ୍ରିୟଙ୍କା ମୃତ ଶରୀରକୁ ତାଙ୍କ ସ୍ୱାମୀ ରାକେଶଙ୍କ ପାଖକୁ ହ୍ୱାଟ୍ସଅପ୍ରେ ପଠାଇଥିଲେ । ରାକେଶ ନିନ ପତ୍ନୀର ବିଭତ୍ସ ହତ୍ୟାଘଟଣାକୁ ଦେଖି ଘରମାଲିକକୁ ଫୋନରେ ସୂଚନା ଦେବା ସହିତ କ୍ୟାପିଟାଲ ଥାନାକୁ ଫୋନ୍କରିଥିଲେ । ଯାହାକି କମିସନ୍ ଡିସିପି ଉମାଶଙ୍କର ଦାସ ଘଟଣା ସ୍ଥଳରେ ପହଁଞ୍ଚô ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ହାତ କାଟିବା ସହିତ ବିଷ ପିଇଦେଇଥିବା ଦେଖିବାକୁ ମିଳିଥିଲା । ଏନେଇ କମିଶନର ଉମାଶଙ୍କର ଦାସ ହତ୍ୟାକାରୀକୁ ମେଡିକାଲକୁ ପଠାଇବା ସହିତ ପ୍ରିୟଙ୍କା ମୃତ ଶରୀରକୁ ପୋଷ୍ଟବଟମ ପାଇଁ ପଠାଇଥିଲେ । ପ୍ରିୟଙ୍କା ହତ୍ୟା ଘଟଣା ସମ୍ପର୍କରେ ନିଜ ବାପଘର ବନ୍ଧଡିହକୁ ରାକେଶ ସାହୁ ଫୋନ କରିଥିଲେ । ପ୍ରିୟଙ୍କା ବାପା ଶରତ ସାହୁ ଏବଂ ତାଙ୍କ ମା ଭୂବନେଶ୍ୱର ଯାଇଥିଲେ । ହତ୍ୟାକାରୀ ଜଗନ୍ନାଥ ପ୍ରଧାନକୁ ଚିହ୍ନିନଥିବା ପ୍ରିୟଙ୍କା ସ୍ୱାମୀ ରାକେଶ ସାହୁ କହୁଥିବା ବେଳେ, ପ୍ରିୟଙ୍କାଙ୍କ ବାପା ମା ଜାଣିନଥିବା ସୂଚନା ଦେଇଥିଲେ । ଏହି ଘଟଣାକୁ ନେଇ କମିଶନର ଉମାଶଙ୍କର ଦାସ ଗତକାଲି କମିଶନରେଟ୍ ପୋଲିସ୍ ପକ୍ଷରୁ ଏକ ଟିମ ଜଗନ୍ନାଥଙ୍କ ଘରକୁ ଯିବା ସହିତ ପ୍ରିୟଙ୍କା ବାପଘର ବନ୍ଧଡିହକୁ ଆସି ତଦନ୍ତ କରି ଫେରିଯାଇଥିବା ଜଣାଯାଇଚି । ତଦନ୍ତ ସମୟରେ ଜଗନ୍ନ୍ାଥର ସାନଭାଈର ମୋବାଇଲକୁ କମିଶନ ପୋଲିସ ଜବତ କରିଚି । ହତ୍ୟାକାରୀ ହତ୍ୟାକରିଥିବା ଘଟଣା ସ୍ଥଳରୁ ଏକ ସୁଇସାଇଟ ନୋଟ୍ ପୋଲିସ ଜବତ କରି ଫୋରେନସିକ ପରିକ୍ଷା ପାଇଁ ପଠାଇଛନ୍ତି । ଜଗନ୍ନାଥର ହାତଲେଖା କିଛି କାଗଜପତ୍ରକୁ ମଧ୍ୟ ଜବତ କରିଚି । ଏନେଇ ଡିସିପି ଉମାଶଙ୍କର ଦାସ ଗଣମାଧ୍ୟମକୁ କହିଛନ୍ତି ଭିମଟାଙ୍ଗି ତାରିଣୀ ମନ୍ଦିର ପ୍ଲଟ୍ ନଂ-ଏଏଲ୧ ରେ ସୁଧାକର ମହାନ୍ତୀଙ୍କ ଘରେ ୪ବର୍ଷ ହେଲା ଭଡ଼ାରେ ରାକେଶ ଓ ପ୍ରିୟଙ୍କା ରହୁଥିଲେ । କମିଶନରେଟ୍ ପୋଲିସ ଦୁଇଟି ଛୁରୀ ଜବତ କରିବା ସହିତ ଘଟଣା ସ୍ଥଳରୁ ସିନ୍ଦୁର ଫରୁଆ ପୋଲିସ ଜବତ କରିଚି । ହତ୍ୟାକରି ମାରିବାକୁ ଚେଷ୍ଟାକରି ପ୍ରିୟଙ୍କା ୩ବର୍ଷର ପୁଅ ବଞ୍ଚôଯାଇଥିବା ବେଳେ, ଜଗନ୍ନାଥର ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,ପ୍ରିୟଙ୍କା ସହତି ୧୦ ରୁ ୧୨ ବର୍ଷ ହେବ ମୋ ପୁଅର ପ୍ରିୟଙ୍କା ସହତି ସମ୍ପର୍କ ଥିଲା ।

Related Posts

About The Author

Add Comment