ଭିତରେ ପ୍ୟାରେଡ଼, ବାହାରେ ଟ୍ରାଫିକ ଢିଲା !

Spread the love

ରାଉରକେଲା, ୨୨/୦୧/୨୦ (ସନ୍ଧାନ ନିଉଜ) : ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ଗତକାଲି ମଙ୍ଗଳବାର ଅପରାହ୍ନରେ ସେକ୍ଟର-୨୨(ଫର୍ଟିଲାଇଜର) ଆରଏସପି ପରିଚାଳିତ ଇସ୍ପାତମିନି ଷ୍ଟାଡ଼ିୟମରେ ଅଂଚଳରେ ଥିବା ବିିଭିନ୍ନ ସ୍କୁଲର କୁନିକୁନି ଛାତ୍ରଛାତ୍ର ମାନେ ପ୍ୟାରେଡ଼ ଭ୍ୟାସ କରିଥିଲେ । ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ପ୍ୟାରେଡ଼ ଅଭ୍ୟାସ ଆରମ୍ଭ ହୋଇଥିବା ବେଳେ, ମିନି ଷ୍ଟାଡ଼ିୟମ ରାସ୍ତା ଦେଇ ଯାତାୟତ କରୁଥିବା ସାରନଗରୀବାସୀ ଓ ସାଧାରଣଜନତା ପ୍ୟାରେଡ଼ ଭ୍ୟାସ ଦେଖିବାକୁ ଷ୍ଟାଡ଼ିୟମ ମଧ୍ୟକୁ ଯାଉଥିବା ବେଳେ, ଏହି ସମୟରେ ସାରନଗରୀ ରାଜରାସ୍ତାରେ ଟ୍ରାଫିକ ସମସ୍ୟା ଉତ୍ପନ ହୋଇଥିଲା । ଷ୍ଟାଡ଼ିୟମ ବାହାରେ ବହୁ ସଂଖ୍ୟାରେ ମୋଟର ସାଇକେଲ ଓ ୪ ଚକିଆ ଯାନ ଅବ୍ୟବସ୍ଥା ମଧ୍ୟରେ ପାର୍କିଙ୍ଗ କରାଯାଇଥିବାରୁ ରାସ୍ତା ଦେଇ ଯାତାୟତ କରୁଥିବା ଜନସାଧାରଣ ଦୁର୍ଦ୍ଦଶା ଭୋଗ କରିଥିଲେ । ଅପରପକ୍ଷରେ ଆରଏସପି ପ୍ରଶାସନ ଏଥିପ୍ରତି ତିଳେହେଲେ ଧ୍ୟାନ ଦେଇ ନଥିଲେ । ସେହି ସମୟରେ ନୂଆ ପିସିଆର ଇନୋଭା ଭ୍ୟାନରେ ପୁଲିସ ସାଇରନ ମାରି ପାଟ୍ରୋଲିଂ କରୁଥିଲା ସତ, ହେଲେ ଟ୍ରାଫିକ ସମସ୍ୟା ପ୍ରତି ଏତେଟା ଗୁରୁତ୍ୱ ନଦେବା ସାଧାରଣରେ ବିସ୍ମିତ ସୃଷ୍ଟି କରିଛି । ଭିତରେ ପ୍ୟାରେଡ଼ ଅଭ୍ୟାସ ଚାଲୁଥିବା ବେଳେ, ଷ୍ଟାଡ଼ିୟମ ବାହାରେ ଟ୍ରାଫିକ ପୁଲିସର ଦେଖାଦର୍ଶନ ସୁଦ୍ଧା ପ୍ରକାଶଥାଉକି, ଗତବର୍ଷ ଜାନୁଆରୀ ୨୬ରେ ଇସ୍ପାତ ମିନିଷ୍ଟାଡ଼ିୟମରେ ପ୍ୟାରେଡ଼ ସରିବାର କେଇଘଂଟା ପରେ ଇସ୍ପାତ ସ୍କୁଲର ୨ଜଣ ଯୁବକ ସାରନଗରୀ ରାଜରାସ୍ତାରେ ଯାଉଥିବା ବେଳେ, ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁବରଣ କରିଥିଲେ । ଚଳିତ ବର୍ଷ ଜାନୁଆରୀ ୨୬ର ଅବବ୍ୟହିତ ପୂର୍ବରୁ ଟ୍ରାଫିକ ପୁଲିସର ଅପାରଗତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି

Related Posts

About The Author

Add Comment