ଭିଜିଲାନ୍ସ ଡ଼ରରେ ସାତଦିନ ଛୁଟି ନେଲେ ଟାଉନ ଥାନା ଆଇଆଇସି ସୋରଜିନୀ ନାୟକ

Spread the love

ବାରିପଦା/ବାଲେଶ୍ଵର ୦୬/୦୭ (ସନ୍ଧାନ ନିଉଜ)- ଭିଜିଲାନ୍ସ ଭୂତ ଛାଇ ହୋଇ ଗୋଡାଇଛି ଟାଉନ ଥାନା ଆଇଆଇସି ସୋରଜିନୀ ନାୟକଙ୍କୁ । ଜମିବାଡ଼ି ଲାଞ୍ଚ ମାମଲାରେ ଥାନାର ଜଣେ ଏସ୍ଆଇ ଓ ଜଣେ ଦଲାଲକୁ ଭିଜିଲାନ୍ସ ଗିରଫ କରିବା ପରେ ଥାନ ଆଇଆଇସିଙ୍କ ସମ୍ପୃକ୍ତି ଓ ଭୂମିକା ଏବେ ଏବେ ସନ୍ଦେହ ଘେରକୁ ଚାଲିଆସିଛି । ଯଦିଓ ଲାଞ୍ଚ ମାମଲାରେ ଆଇଆଇସିଙ୍କର ସଂପୃକ୍ତି ନେଲ ଏଯାଏ ଭିଜିଲାନ୍ସ ହାତରେ କିଛି ଠୋସ ପ୍ରମାଣ ଲାଗିନି , କିନ୍ତୁ ଗିରଫ ଅଭିଯୁକ୍ତଦ୍ବୟ ଏ ସଂକ୍ରାନ୍ତରେ ଦେଇଥିବା ବୟାନକୁ ଗମ୍ଭୀରତାର ସହ ନେଇଛି ଭିଜିଲାନ୍ସ ତାଙ୍କୁ ଜେରା ପାଇଁ ନୋଟିସ କରିଛି । ଏ ସଂପର୍କରେ ଭିଜିଲାନ୍ସ ଏସପି ସନ୍ତୋଷ କୁମାର ମିଶ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ଚିଠି ଲେଖିବା ପରେ ରବିବାର ଦିନ ୧୧ଟା ସମୟରେ ଜିଲ୍ଲା ଭିଜିଲାନ୍ସ କାର୍ୟ୍ୟାଳୟରେ ହାଜର ହେବା ପାଇଁ ଆଇଆଇସିଙ୍କୁ ନୋଟିସ ହୋଇଥିଲା । କିନ୍ତୁ ସେ ଆସିନଥିଲେ । ଏମିତିକା ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ବି ତାହା ବନ୍ଦ ରହିଥିଲା । ଫଳରେ ତାଙ୍କର ଭୂମିକା ନେଇ ଖାଲି ସନ୍ଦେହ ସୃଷ୍ଟି ହୋଇନି , ଭିଜିଲାନ୍ସ ଜେରା ଭୟରେ ସେ ଗାଏବ ହୋଇ ଯାଇଥିବା ଚର୍ଚ୍ଚା ହେଉଛି ।
ସବୁଠୁ ବଡ଼କଥା, ଏହି ମାମଲାରେ ଗିରଫ ହୋଇଥିବା ଏସ୍ଆଇ ବିମଳ ଚନ୍ଦ୍ର କର ଲାଞ୍ଚ କାରବାରରେ ଆଇଆଇସିଙ୍କ ଭାଗ ଥିବା ନେଇ ଭିଜିଲାନ୍ସ ଜେରା ବେଳେ ମାନିଛନ୍ତି । ଯେଉଁଥିପାଇଁ ଭିଜିଲାନ୍ସ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଚାହଁଥିଲେ । କିନ୍ତୁ ଏହା ଜାଣିବା ପରେ ଅପହଞ୍ଚ ହୋଇ ଯାଇଛନ୍ତି ସରୋଜିନୀ । ପ୍ରଥମେ ଗୁରୁବାର ଦିନ ଛୁଟିରେ ରହିଥିଲା । ଏହା ପରେ ବ୍ୟକ୍ତିଗତ କାମ ଦର୍ଶାଇ ୭ ଦିନ ନେଇଛନ୍ତି ।
ଟାଉନ ଥାନା ଭଳି ଏକ ଗୁରୁତ୍ବପୂର୍ଣ୍ଣ ଥାନାରେ ହଠାତ୍ ଥାନା ଅଧିକାରୀଙ୍କ ଲମ୍ବା ଛୁଟି ସହଜରେ ସହଜ ହେଉନି । କେଉଁଠି ନା କେଉଁଠି ଦୋଷ ଲୁଚାଇବାକୁ ଏହା ଇଙ୍ଗିତ କରୁଛି । ଅନ୍ୟ ପଟେ ସରୋଜିନୀ ଛୁଟିରେ ଯିବା ପରେ ଓଆଇସି ଗୈରହରି ପାତ୍ରଙ୍କୁ ଅସ୍ଥାୟୀ ଭାବେ ଥାନା ଦାୟିତ୍ବ ଦିଆଯାଇଥିବା ଜିଏସପି ମନୋଇ ରାଉତ କହିଛନ୍ତି । ସେ ମଧ୍ୟ ନିଜେ ଥାନାକୁ ଯାଇ ଖବର ବଝୁଥିବାଶ୍ରୀ ରାଉତ ସୂଚନା ଦେଇଛନ୍ତି । ଭିଜିଲାନ୍ସ ବି ଏହି ମାମଲାରେ ନଛୋତବନ୍ଧା । ଯେମିତି ହେଲେ ବି ଥାନା ଆଇଆଇସିଙ୍କୁ ଜେରାର ସାମ୍ମାନା କରିବାକୁ ପଡ଼ିବ । ଘଟଣା ପରିପ୍ରେକ୍ଷୀରେ ତାଙ୍କର ଭୂମିକା ଓ ଅଭିଯୁକ୍ତଙ୍କ ବୟାନ ସଂପର୍କରେ ତାଙ୍କୁ ପକ୍ଷ ରଖିବାକୁ ପଡିବ , ଏମିତିକିଆବଶ୍ୟକ ହେଲେ ତିନିଜଣଙ୍କୁ ଏକାଠି ବସାଇ ଜେରା କରା ଯିବ ବୋଲି କହିଛନ୍ତି ଭିଜିଲାନ୍ସ ଏସପି ସନ୍ତୋଷ କୁମାର ମିଶ୍ର ।

Related Posts

About The Author

Add Comment