ଭାଷା ଓ ସାହିତ୍ୟ ବିଭାଗର ଜାତୀୟ ଓ୍ବେବନାର

Spread the love

ବାଲେଶ୍ଵର ୪/୮(ଲିଙ୍ଗରାଜ ପଣ୍ଡା):-  ବାଲେଶ୍ଵର ଫକୀରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ ତରଫରୁ ବନ୍ଦେ ଉତ୍କଳ ଜନନୀ, ବୁଢ଼ା ଶଙ୍ଖାରୀ, କଣାମାମୁଁ ପରି ସାରସ୍ବତ କୃତିର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୀବନ ଓ କୃତିକୁ ନେଇ ଏକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ମଧୁମିତା ଦାସ ଓ କୁଳସଚିବ ବ୍ରହ୍ମାନନ୍ଦ ବେହେରା ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଏହି ୱେବିନାରର ଉଦ୍‌ଘାଟନ କରି କାନ୍ତକବିଙ୍କ ସମ୍ପର୍କରେ ନୂତନ ତଥ୍ୟ ପ୍ରଦାନ ସହ ତାଙ୍କ ସାହିତ୍ୟ ବିଷୟରେ ଆଲୋଚନା କରିଥିଲେ ।

ମୁଖ୍ୟଅତିଥୀ ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଆଦିକନ୍ଦ ସାହୁ ଏବଂ ଶାନ୍ତି ନିକେତନ ବିଶ୍ଵଭାରତୀର ପ୍ରଫେସର ସବିତା ପ୍ରଧାନ ଯୋଗଦେଇ କାନ୍ତକବିଙ୍କ ସାମଗ୍ରିକ କୃତି ଓ ସାହିତ୍ୟ ସମ୍ପର୍କରେ ଚର୍ଚ୍ଚ କରିଥିଲେ । ସମ୍ମାନନୀୟ ଅତିଥି ଭାବରେ କାନ୍ତକବିଙ୍କ ପୌତ୍ର ଗୁରୁକଲ୍ୟାଣ ମହାପାତ୍ର କାନ୍ତକବିଙ୍କ ଜୀବନର ଅନେକ ଅନାଲୋଚିତ ଅଧାୟ ସମ୍ପର୍କରେ । ଆଲୋଚନା କରିଥିଲେ । ବିଭାଗ ମୁଖ୍ୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଅତିଥେମାନଙ୍କର ପରିଚୟ ପ୍ରଦାନ ସହିତ ସଭା ପରିଚାଳନା କରିଥିଲେ। ସହଯୋଗୀ ପ୍ରଫେସର ଦେବାଶିଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଅଧାପିକା, ଅଧାପକ ଯୋଗଦେଇଥିଲେ । ବୈଷୟିକ ଯୋଗାଯୋଗ ପଦ୍ଧତିରେ  ଆୟୋଜିତ ଏହି ୱେବିନାରରେ ଶତାଧିକ ଲ ଛାତ୍ରୀଛାତ୍ର, ଗବେଷକ ଅନୁରୋଇନ୍ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।

Related Posts

About The Author

Add Comment