ଭାରି ପଡିଲା ଶିକାର ସଉକ୍

Spread the love

ବାରିପଦା, 15.12.2020  (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା): ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣନିଅଣା ରେଞ୍ଜ ଇଲାକାରେ ଏକ ମାଈ କୁଟା ଶିକାର କରିଥିବାଦୁଇ ପୁଲିସ କନଷ୍ଟେବଳଙ୍କୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ( ଏଟିଆର) କପକ୍ଷ ଗିରଫ କରିଛନ୍ତି । ଗିରଫ କନଷ୍ଟେବଳବାଲେଶ୍ଵର ସହଦେବଖୁଣ୍ଟା ଆଦର୍ଶ ଥାନାର ବୋଲି ଜଣାପଡିଛି । ସେମାନେ ହେଲେ କନଷ୍ଟେବଳ ନ୧୯୬ ପୂର୍ଣ୍ଣଚନ୍ଦ୍ର ମଢ଼େଇ (୫୭) ଏବଂ କନଷ୍ଟେବଳନଂ ୫୫୮ ହେମନ୍ତକୁମାର ମହାନ୍ତି (୪୬) । ଗିରଫ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କ ଘର ବାଲେଶ୍ବର ଜିଲା ବରହମପୁର ଥାନାଅନ୍ତର୍ଗତ ତେନ୍ତୁଳିଆ ଗ୍ରାମରେ ଓ ଅନ୍ୟତମ ଅଭିଯୁକ୍ତ ହେମନ୍ତଙ୍କ ଘର ବାଲେଶ୍ଵର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବେଦିପୁର ଗ୍ରାମରେ ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ମୃତ କୁଟ୍ରାକୁ ଜବତ କରାଯିବାସହ ସେମାନେ ବ୍ୟବହାର କରିଥିବା ଦେଶୀ ବନ୍ଧୁକ ଓ ଗୁଳି ମଧ୍ୟ ଜବତ କରାଯାଇଛି । ଏ ସମ୍ପର୍କରେ ଏସଟିଆରପକ୍ଷରୁ ଆଜି ଏକ ମାମଲା ରୁଜୁ କରାଯିବା ସହିତ ଉଦଳା କୋର୍ଟକୁ ଚାଲାଣ କରାଯାଇଛି । ଅଭିଯୁକ୍ତ ଗତରାତିରେ ଡୁକୁରାବନ୍ୟପ୍ରାଣୀ ଡିଭିଜନ ଦେଇ ଚାଲି ଚାଲି ଶିମିଳିପାଳଭିତରକୁ ଯାଇଥିଲେ । ଦକ୍ଷିଣ ନିଅଣା ରେଞ୍ଜଅଞ୍ଚଳରେ ପହଞ୍ଚି ନେଇଥିବା ଦେଶୀ ବନ୍ଧୁକ ସହାୟତାରେ କୁତ୍ରା ଶିକାର କରିଥିବା ପ୍ରକାଶ। ଉଲ୍ଲେଖଯୋଗ୍ୟ ଯେଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ନଅଣା ରେଞ୍ଜରେ କୌଣସି ସ୍ଥାୟୀ ରେଞ୍ଜର ନଥିବା ସୁଯୋଗ ନେଇ ବିଭିନ୍ନ ସମୟରେ ଶିକାରୀ ଅବାଧରେ ବନ୍ୟଜନ୍ତୁ ଶିକାର କରିବାରେ ସମର୍ଥ ହେଉଛନ୍ତି ତେବେ ଦୁଇ ଅଭିଯୁକ୍ତ କନେଷ୍ଟବଳଙ୍କୁ ପୁଲିସ ଡିଜି ନିଲମ୍ବିତ କରିଥିବା ଖବର ମିଳିଛି ।

Related Posts

About The Author

Add Comment