ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ; ଚାଳକ ମୃତ

Spread the love

କଳାହାଣ୍ଡି, ୧୨/୧୧ (ସନ୍ଧାନ ନିଉଜ)  : ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଳା ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଜୟପାଟଣା ଥାନା ପାବଳୀ ଗାଁର ଗିରିଧର ଦାସକାଠିଆ(୨୫) ବୋଲି ଜଣାପଡିଛି। ଗିରିଧର ସକାଳେ ନିଜ ସାଙ୍ଗକୁ ଭବାନୀପାଟଣାକୁ ବାଇକ ଯୋଗେ ଛାଡି ଫେରୁଥିବା ସମୟରେ ମହିଚଳା ନିକଟର ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

Related Posts

About The Author

Add Comment