ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ମଟର ସାଇକେଲ, ଚାଳକଙ୍କ ମୃତ୍ୟୁ,

Spread the love

ଗନ୍ଦିଆ/୧୫/୦୯/ସନ୍ଧାନ ନିୟୁଜ)(ପ୍ରଶାନ୍ତ ସାମଲ) ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଇଲେଇଜଙ୍ଗ ଅବକାରୀ ବିଭାଗ ଥାନା ନିକଟରେ ଏକ ସଡ଼କ ଦୃଘଟଣା ଜଣେ ମଟର ସାଇକେଲ ଚାଳକଙ୍କ ମୃତ୍ୟୁ,ସୂଚନାରୁ ପ୍ରକାଶ ରାସ୍ତାରେ ଯାଉଥିବା ସମୟରେ ଏକ ମଟର ସାଇକେଲ ଚାଳକ ଭାରସାମ୍ୟ ହରାଇ ଦୃଘଟଣାର ଶିକାର ହୋଇଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ ଅନୁଗୁଳ ଜିଲ୍ଲାର ଚିନ୍ମୟ ସାଠୁଆ ବୋଲି ଜଣାପଡିଛି, ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଆକ୍ସିସ ବ୍ୟାଙ୍କରେ ଜଣେ କାର୍ଯ୍ୟରତ କର୍ମଚାରୀ ଥିଲେ।କୌଣସି କାର୍ଯ୍ୟରେ ଗଁଦିଆ ରୁ ଭୁବନ ଅଭିମୁଖେ ତାଙ୍କ ମଟର ସାଇକେଲ ଯୋଗେ ଯାହାର ନମ୍ବର ଓଡି, ୧୯ ଏ ବି (୩୪୩୮)ଯୋଗେ ଯାଉଥିବା ବେଳେ ଅବକାରୀ ଥାନା ଇଲେଇଜଙ୍ଗ ନିକଟରେ ରାସ୍ତାର କଡ଼ରେ ଥିବା ଏକ ଗଛରେ ଧକ୍କା ଦେଇଥିଲେ । ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମଟର ସାଇକେଲ ଟି ସମ୍ପୂର୍ଣ ଚୁରମାର ହୋଇଯାଇଥିଲା,ଚାଳକ ଚିନ୍ମୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀଙ୍କ ଦ୍ଵାରା ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଶ୍ରୀରାମଚନ୍ଦ୍ରପୂର୍ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତଗୋଷଣା କରିଥିଲେ ଖବର ପାଇ ଗନ୍ଦିଆ ପୋଲିସ ପହଂଚି ଶବ ଜବଦ କରି ଵେବଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଜାରି ରଖିଛି,,

Related Posts

About The Author

Add Comment