ଭାରତ ବନ୍ଦ ପାଳନ ସମୟରେ ମାଛ ବୋହିନେଲେ ଲୋକେ !

Spread the love

ରାଉରକେଲା, ୮/୧/୨୦ (ସନ୍ଧାନ ନିଉଜ/ଏସ ନାୟକ) :  ଇସ୍ପାତ ନଗରୀ ରାଉରକେଲାରେ ଭାରତ ବନ୍ଦ ପାଳନ ସମୟରେ ଆନ୍ଦୋଳନକାରୀ ରାସ୍ତାରୋକ କରୁଥିବା ବେଳେ ଏକ ମାଛ ବୋଝେଇ ଭ୍ୟାନ ଓଲଟି ପଡ଼ିଥିଲା। ରାସ୍ତା ଉପରେ ଶହ ଶହ ମାଛ କଲବଲ ହେଉଥିବା ସ୍ଥାନୀୟ ଲୋକେ ବୋହି ନେଇଥିଲେ। ମିଳିଥିବା ଖବର ଅନୁଯାୟୀ ବୁଧବାର ସକାଳେ ଭାରତ ବନ୍ଦରେ ସାମିଲ ହୋଇଥିବା ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଥିବା ବେଳେ ମାଛ ନେଇ ଯାଉଥିବା ଏକ ପିକ୍‌-ଅପ୍‌ ଭ୍ୟାନକୁ ସ୍ଥାନୀୟ ବିଶ୍ରାଛକ ଠାରେ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗାଡିଚାଳକ ଗୋଲେଇଛକ ବାଟେ ତରବରରେ ଖସିଯିବାକୁ ଉଦ୍ୟମ କରି ନିୟନ୍ତ୍ରଣ ହରାଇବାରୁ ଭ୍ୟାନଟି ସେଠାରେ ଓଲଟି ପଡ଼ିଲା। ଗାଡିରେ ଥିବା ଜିଅନ୍ତା ମାଛଗୁଡ଼ିକ ରାସ୍ତାରେ ପଡ଼ିବାରୁ ଲୋକେ ବୋହି ନେଇଥିଲେ।

Related Posts

About The Author

Add Comment