ଭାରତର ପ୍ରଥମ ଗାନ୍ଧୀ ମନ୍ଦିରର ପ୍ରତିଷ୍ଠାତା ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ଦେହାନ୍ତ

Spread the love

ସମ୍ବଲପୁର, ୨୬/୦୭ (ସନ୍ଧାନ ନିଉଜ): ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ମହାନ ଗାନ୍ଧୀବାଦୀ ନେତା ଅଭିମନ୍ୟୁ କୁମାର ଙ୍କ ମଠପାଲି, ଭତରା ସ୍ଥିତ ବାସ ଭବନରେ ଆଜି ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲ। ଶ୍ରୀ କୁମାର ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ରୁ ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆଜି ରବିବାର ସକାଳ ୯ ଟା ସମୟରେ ତାଙ୍କର ପରଲୋକ ହୋଇଛି। ସ୍ଥାନୀୟ ଖଣ୍ଡୁଆଲ ସ୍ଥିତ ସ୍ମଶାନ ଘାଟ ରେ ସ୍ୱର୍ଗତ ଅଭିମନ୍ୟୁ କୁମାର ଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହୋଇଥିବା ବେଳେ ପୁଅ ପ୍ରମୋଦ କୁମାର ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗ ରେ ଜ଼ିଲ୍ଲା ରେ ଗଭୀର ଶୋକ ପ୍ରକାଶ ପାଇଛି। ସଟ୍ ଡାଉନ ସତ୍ୱେ ବହୁ ବିଶିଷ୍ଟ ଲୋକ ସ୍ୱର୍ଗତ କୁମାର ଙ୍କ ମଠପାଲି ସ୍ଥିତ ବାସଭବନ ପହଂଚି ଶେଷ ଦର୍ଶନ କରିବା ସହିତ ମର ଶରୀର ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ସମ୍ବଲପୁର ସହର ଉପକଣ୍ଠ ଭତରା ଠାରେ ଥିବା ଭାରତ ର ପ୍ରଥମ ଗାନ୍ଧୀ ମନ୍ଦିର ନିର୍ମାଣ କରିଥିଲେ ସ୍ୱର୍ଗତ ବିଧାୟକ ଅଭିମନ୍ୟୁ କୁମାର। ତାଙ୍କ ଉଦ୍ୟମରେ ୧୯୭୧ ମସିହାରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମନ୍ଦିର ନିର୍ମାଣ ଶେଷ ହୋଇ, ୧୯୭୪ ଅପ୍ରେଲ ୧୧ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଦ୍ଵାରା ମନ୍ଦିର ଉଦଘାଟନ କରାଯାଇଥିଲା। ଏହା ସହିତ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର ବହୁବିଧ ବିକାଶ ରେ ତାଙ୍କର ଭୂମିକା ଅନନ୍ୟା ରହିଛି।

Related Posts

About The Author

Add Comment