ଭାରତକୁ କରୋନା ସନ୍ଦିଗ୍ଧ ପଠାଇଥିବା ଜାଲିମ୍ ମୁଖିଆ ଗିରଫ

Spread the love

ନୂଆଦିଲ୍ଲୀ, ୧୪/୦୪ (ସନ୍ଧାନ ନିୟୁଜ):  କରୋନା ସନ୍ଦିଗ୍ଧଙ୍କୁ ଭାରତ ପଠାଇବା ପାଇଁ ଷଡଯନ୍ତ୍ର ରଚିଥିବା ଜାଲିମ୍ ମୁଖିଆ ଗିରଫ। ରବିବାର ବିଳମ୍ବିତ ରାତ୍ରରେ ପରସା ଜିଲ୍ଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ନେପାଳ ରାସ୍ତାରେ ବିହାରର ପଶ୍ଚିମ ଚମ୍ପାରଣ ଓ ବୋତିଆ ଜିଲ୍ଲାକୁ କରୋନ ସନ୍ଦିଗ୍ଧଙ୍କୁ ପଠାଉଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ନିଜାମୁଦ୍ଦୀନର ତବଲୀଗୀ ଜମାତ କାର୍ଯ୍ୟକ୍ରମରେ ଜାଲିମ୍ ମୁଖ୍ୟ ସାମିଲ ଥିଲେ। ସେଠାରୁ ଫେରିବା ପରେ ୨୪ଜଣ ଜମାତିଙ୍କୁ ମସଜିଦରେ ଶରଣ ଦେଇଥିଲେ। ଯାଂଚ ବେଳେ ସେମାନଙ୍କ ମଧ୍ୟରୁ ୩ଜଣ କରୋନା ପଜିଟିଭ୍ ଜଣାପଡିଥିଲା। ଏହି ଜମାତିଙ୍କ ମଧ୍ୟରେ ଥିଲେ ପାକିସ୍ତାନ ଓ ବାଂଲାଦେଶର ନାଗରିକ। ସେମାନଙ୍କୁ ରକ୍ସୋଲ ସୀମାରେ ଭାରତୀୟ ସୁରକ୍ଷାକର୍ମୀ ରୋକିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ନେପାଳ ସାମୀକୁ ପଳାଇଯାଇଥିଲେ। ଏନେଇ ସଶସ୍ତ୍ର ସୀମା ସୁରକ୍ଷା ବଳକୁ ଚିଠି ମିଳିବା ପରେ ପଶ୍ଚିମ ଚମ୍ପାରଣର ଜିଲ୍ଲାପାଳ ଭାରତ ଓ ନେପାଳ ସୀମା ଉପରେ କଡା ନଜର ରଖିବା ପାଇଁ କହିଥିଲେ।

Related Posts

About The Author

Add Comment