ବାରିପଦା, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍):- ଆଗକୁ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥିପାଇଁ ପଶ୍ଚିମବଙ୍ଗ ରାଜନୀତି ସରଗରମ। ଏପରିକି ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ପଶ୍ଚିମବଙ୍ଗରେ ଜୋର ଧରିଛି ଦଳଡିଆଁ ରାଜନୀତି। ମମତାଙ୍କ ଟିଏମସିରୁ ଜଣେ ପରେ ଜଣେ ବିଧାୟକ, ମନ୍ତ୍ରୀ ଦଳ ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି। ଯାହାଫଳରେ ମମତାଙ୍କ ଟିଏମସି ଆଉ ବିଜେପି ମଧ୍ୟରେ ଏବେଠୁ ଦେଖିବାକୁ ମିଳିଲାଣି ଜୋରଦାର ଟକ୍କର। ଲୋକଙ୍କୁ ନିର୍ବାଚନ ପୂର୍ବରୁ ନିଜ ଦଳ ପ୍ରତି ଆକର୍ଷିକ କରିବା ପାଇଁ ବିଭିନ୍ନ ଦଳ ଏବେଠୁ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ମମତା ବାନାର୍ଜୀ ଅଲିପୁଦର ଜିଲ୍ଲା ଫଳକଟାରେ ପହଁଞ୍ଚି ଏକ ସାମୁହିକ ବିବାହ ସମାରୋହରେ ଯୋଗ ଦେଇଥିଲେ। ବିବାହ ସମାରୋହରେ ପାରମ୍ପାରିକ ନୃତ୍ୟ ମଧ୍ୟ ଆୟୋଜନ କରାଯାଇଥିଲା। ଯେତେବେଳେ ନୃତ୍ୟ କରୁଥିବା କଳାକାର ମାନେ ମମତାଙ୍କ ମଞ୍ଚକୁ ନେଇଥିଲେ ସେତେବେଳେ ମମତା ନିଜକୁ ନିଜେ ରୋକି ପାରିନଥଲେ। ସେମାନଙ୍କ ସହ ମମତା ନାଚିଥିଲେ। ଯାହା ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଲା ମମତାଙ୍କ ଡ୍ୟାନ୍ସ ଭିଡିଓ
|
February 3, 2021 |
