ବାରିପଦା, 05.02.2021 (ସନ୍ଧାନ ନିଉଜ୍ ):- କରୋନା ଭାଇରସକୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ସାରା ବିଶ୍ବରେ କରୋନା ଭାଇରସର ପ୍ରାୟ ୪ ହଜାର ଭାରିଆଣ୍ଟ ଦେଖାଯାଇଛି ବୋଲି ବ୍ରିଟେନ୍ କହିଛି । ବର୍ତ୍ତମାନ ବ୍ରିଟେନ୍ରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଦେଶବାସୀଙ୍କର ନିଦ ହଜାଇଦେଇଛି । ସେଥିପାଇଁ ବୈଜ୍ଞାନିକମାନେ, ଆଷ୍ଟ୍ରାଜେନିକା ଏବଂ ଫାଇଜର ଟିକାକୁ ମିଶ୍ରଶ କରି ଆଉ ଏକ ଭ୍ୟାକସିନ୍ ତିଆରି କରିବାକୁ ଯୋଜନା କରୁଛନ୍ତି । ଦେଶରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଭୟଙ୍କର ଭାବେ ବୃଦ୍ଧିପାଇଛି । ଏ ନେଇ ବ୍ରିଟେନ୍ ସରକାର ବିଶ୍ବବାସୀଙ୍କୁ ସତର୍କ ମଧ୍ୟ କରାଇଛନ୍ତି । କେବଳ ବ୍ରିଟେନ୍ ନୁହେଁ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲରେ ମଧ୍ୟ ଭାଇରସର ନୂଆ ଷ୍ଟ୍ରେନ୍ ବୃଦ୍ଧି ପାଇଥିଲା । ବୈଜ୍ଞାନିକଙ୍କ କହିବା କଥା କରୋନାର ନୂଆ ଷ୍ଟ୍ରେନ୍ ମୂଳ କରୋନା ଭାଇରସ ଠାରୁ ମଧ୍ୟ ଅଧିକ ଭୟଙ୍କର । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମଧ୍ୟ ଏହାକୁ ଅଧିକ ବିପଦପୂର୍ଣ୍ଣ ବୋଲି କହିଥିଲେ । ଏହା ସହିତ ବ୍ରିଟେନ୍ର ଟିକାକରଣ ଦାୟିତ୍ବରେ ଥିବା ନାଧିମ୍ ଜାହାଓ୍ବି କହିଛନ୍ତି ଯେ, କରୋନାର ନୂଆ ଷ୍ଟ୍ରେନ୍ ବିରୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ବିକଶିତ ହୋଇଥିବା ଭ୍ୟାକସିନ୍ କାମ କରୁନାହିଁ । ତେଣୁକରି ଫାଇଜର ଏବଂ ଆଷ୍ଟ୍ରାଜେନିକା ଟିକାକୁ ମିଶ୍ରଶ କରି ନୂଆ ଭ୍ୟାକସିନ୍ ତିଆରି କରିବାକୁ ଯୋଜନା କରୁଛନ୍ତି ବ୍ରିଟେନ୍ ସରକାର । ବ୍ରିଟେନ୍ରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏତେ ଭୟଙ୍କର ଯେ, ଭ୍ୟାକସିନ୍ ମଧ୍ୟ କାମ କରୁନାହିଁ । ଯାହା ଫଳରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଏହାକୁ ନେଇ ଫାଇଜର, ଆଷ୍ଟ୍ରାଜେନିକା ଏବଂ ମଡେର୍ଣ୍ଣା ଭ୍ୟାକସିନ୍ ନିର୍ମାଣକାରୀ କମ୍ପାନୀ ଟିକାକୁ ବିକାଶ କରିବାରେ ଲାଗିପଡିଛନ୍ତି । ସାରା ବିଶ୍ବରେ ଏବେ ପ୍ରାୟ ୪ ଜହାର ପ୍ରକାର କୋଭିଡ୍ ଭାରିୟାଣ୍ଟ ଦେଖିଯାଉଥିବା ନାଧିମ୍ ଜାହାଓ୍ବି କହିଛନ୍ତି । ଭାଇରସର ଗୋଟିଏ ମ୍ୟୁଟେସନ୍ ଅନ୍ୟ ଏକ ମ୍ୟୁଟେସନ୍ ସହ ମିଶିବା ପରେ ନୂଆ ଷ୍ଟ୍ରେନ୍ ସୃଷ୍ଟି ହୋଇଯାଉଛି । ଯାହା ଫଳରେ କି ଭ୍ୟାକସିନ୍ ମଧ୍ୟ କାମ ଦେଉନାହିଁ । ତେଣୁ ଆଗାମୀ ଦିନରେ ଭ୍ୟାକସିନ୍କୁ ନେଇ ଅଧିକ ଗବେଷଣା ଜାରି ରହିବା ସହିତ ନୂଆ ଟିକା ପ୍ରସ୍ତୁତ ହେବା ନେଇ ଆଶାବାଦୀ ଅଛନ୍ତି ବୋଲି ଜାହାଓ୍ବି କହିଛନ୍ତି ।