
BABAJI AKSHYA
ବଡଚଣା, ୧୫/୦୫ (ସନ୍ଧାନ ନିୟୁଜ) ପୁରୀ ନିମାପଡାସ୍ଥିତ ଗୁରୁକୃପା କୁଟୀରର ବାବାଜୀ ଅକ୍ଷୟଙ୍କ ତତ୍ୱାବଧାନରେ ବଡଚଣା ବ୍ଲକ ସମିଆ ପଂଚାୟତର ଚାଷୁଣି ମାଲିଆ, ପୂର୍ଣ୍ଣଚନ୍ଦପୁର, ବେହେରା ସାହି, ସିଆରିଆ ଏବଂ କୋହ୍ଲା ଗ୍ରାମର ଶବର ସାହିତ ସମେତ ବିଭିନ୍ନ ଗ୍ରାମ ମାନଙ୍କରେ ରନ୍ଧାଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ପ୍ରତିଦିନ ବିଭିନ୍ନ ଗରିବ ଦିନମଜୁରିଆ ମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବା ସହିତ ବିଭିନ୍ନ ଲୋକଙ୍କ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି । କରୋନା ପାଇଁ ସାରା ରାଜ୍ୟରେ ଲକ ଡାଉନ ପରସ୍ଥିତ ଯୋଗୁ ଦିନମଜୁରିଆ ଗରିବ ଲୋକମାନେ ଅଭାବରେ ଦିନ କାଟୁଛନ୍ତି । ଏହି ସମୟରେ ଏଭଳି ସହାୟତାକୁ ଗ୍ରାମବାସୀ ମାନେ ପ୍ରଂଶସା କରିଛନ୍ତି । ଏହାକୁ ଗ୍ରାମର ଯୁଗଳ ଖିଲାର, ରବିନ୍ଦ୍ର ବାରିକ, ଅଖିଳ ଜେନା, ସଂଞ୍ଜୁକ୍ତା ଜାମୁଦା, କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ପରିଚାଳନା କରୁଛନ୍ତି । ଲକ ଡାଉନ ଶେଷ ହେବା ପ୍ରର୍ଯ୍ୟନ୍ତ ଏହା ଚାଲିବ ବୋଲି ବାବଜୀ ଅକ୍ଷୟ ସୂଚନା ଦେଇଛନ୍ତି ।