ଭଦ୍ରକ, ଯାଜପୁର, ଧର୍ମଶାଳାରେ ହଜାର ହଜାର ଶ୍ରଦ୍ଧାଳୁ ପାଳିଲେ ଇଦ୍

Spread the love

ଭଦ୍ରକ, ୬/୬ (ସନ୍ଧାନ ନିୟୁଜ)- ଭଦ୍ରକର ବିଭିନ୍ନ ମସଜିଦ୍ରେ ଆଜି ମହା ଆଡମ୍ବରରେ ପାଳିତ ହୋଇଛି ଇଦ୍ ପର୍ବ । କୁଆଁଶ ସ୍ଥିତ ଇଦ୍ଗା ଠାରେ ସକାଳ ୯ଟା ୧୫ରେ ୫ ହଜାରରୁ ଉଦ୍ଧ୍ୱର୍ ମୁସଲମାନ ରୋଜାଧାରୀ ସମୁହ ନମାଜ ପାଠ କରିଥିଲେ । ଚଉଦମହଲା ମୁସ୍ଲିମ ଜମାତ୍ର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୌଲବୀ ନମାଜ ପାଠ କରିଥିଲେ । ବିଭିନ୍ନ ମସ୍ଜିଦ ଏବଂ ଇଦ୍ଗା ମାନଙ୍କରେ ସମୁହ ନମାଜ ପାଠ ସହିତ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଇଥିଲେ । କୁଆଁଶ ଠାରେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, କଂଗ୍ରେସ ଜିଲ୍ଳା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ମାନସ ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ରାଜ୍ୟ ଯୁବଜନତା ଉପସଭାପତି ଇଂ ପ୍ରୟାସକାନ୍ତି ସାମଲ, ବ୍ଲକ କଂଗ୍ରେସ ସଭାପତି ଆଡ୍ଭୋକେଟ ପ୍ରଫୁଲ୍ଲ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ନମାଜ ପାଠ ପରେ ମୁସଲମାନ ଭାଇ ମାନେ ଅତିଥିମାନଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଥିଲେ । ପବିତ୍ର ଇଦ୍ ପରସ୍ପର ମଧ୍ୟରେ ଖୁସି ବାଣ୍ଟିବାର ପର୍ବ ବୋଲି ଶ୍ରଦ୍ଧାଳୁମାନେ ପ୍ରକାଶ କହିଥିଲେ । ପର୍ବକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ଏସିପ ରାଜେଶ ପଣ୍ଡିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ସେହିପରି ପୁରୁଣାବଜାର, ଶେଖସାହି, ମୀରସାହି, ଚରମ୍ପା, ନଙ୍ଗାମହଲା ଆଦି ଅଞ୍ଚଳର ମସଜିଦମାନଙ୍କରେ ମଧ୍ୟ ସମୁହ ନମାଜ ପାଠ କରାଯାଇଥିଲା । ମଦିନା ମଇଦାନ ରୋଡ ସ୍ଥିତ ଅହମଦିଆ ମସ୍ଜିଦ୍ରେ ଉଭୟ ପୁରୁଷ ଓ ମହିଳା ମୁସଲମାନ ନମାଜ ପାଠ କରିଥିଲେ । ଇଦ୍ ପାଇଁ ଗତକାଲି ସନ୍ଧ୍ୟାଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭଦ୍ରକ କଚେରୀ ବଜାର ଠାରୁ ଆରମ୍ଭ କରି ପୁରୁଣାବଜାର ଅଞ୍ଚଳରେ ପ୍ରବଳଗହଳି ପରିଲକ୍ଷିତ ହୋଇଥିଲା । ବିଶେଷ କରି ଆଜି ଇଦ୍ ପାଳନ ହେବାର ଚୂଡାନ୍ତ ଘୋଷଣା ପରେ ଏହି ଭିଡ ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ମାତ୍ର ଆଜି ବଜାର ଶୂନସାନ ଥିଲା । ସକାଳ ସମୟରେ ବହୁ ଦୋକାନ ବନ୍ଦ ରହିଥିଲା । ମୁସଲମାନ ଭାଇମାନେ ଦେକାନ ବନ୍ଦ କରି ବିଭିନ୍ନ ରଙ୍ଗ ବେରଙ୍ଗର ପାଇଜାମା କୁର୍ତ୍ତା ପିନ୍ଧି ଇଦ୍ ପର୍ବକୁ ବହୁ ଆଡମ୍ବରରେ ପାଳନ କରିଥିଲେ ।

ସେହିପରି ଯାଜପୁର ଜିଲ୍ଲାର ଧର୍ମଶାଳା ର ତାରାପୁର, ଚୋରାମୁଆଁ, ଚହଟା ଆଦି ଗ୍ରାମରେ ମୁସଲମାନ ଭାଇ ଓ ଭଉଣୀ ମାନେ ଇଦ ପାଳନ କରିଥିଲେ | ତାରାପୁର ଆଲଲାଉଦ୍ଦିନ ଙ୍କ ସହିତ ଧର୍ମଶାଳା ଥାନା ଅଧିକାରୀ ସମସ୍ତଙ୍କୁ ଇଦର ଶୁଭେଚ୍ଛା ଜଣାଇଥିଲେ

Report Ramesh Nayak Bharak  and Suresh Biswal, Dharmasala

Related Posts

About The Author

Add Comment