ଭଦ୍ରକ,୧୫/୧୧ (ସନ୍ଧାନ ନିୟୁଜ) ଭଦ୍ରକରେ ଖୋଲିବ ଆଉ ଏକ କୋର୍ଟ । ଏହାକୁ ଉତ୍ସାହିତ ଅଛନ୍ତି ଅଭିଯୋଗକାରୀ, ଆଇନଜିବୀ ଓ ବୁଦ୍ଧିଜିବୀ । ଦିର୍ଘଦିନ ହେଲା କୋର୍ଟକୁ ଦୈାଡି ନୟାନ୍ତ ହେବାର ଯୁଗ ଶେଷ ହେବ ବୋଲି ଆଶାବାନ୍ଧିଛନ୍ତି କେତେକ ଅଭିଯୋକାରୀ । ଏଥିସହିତ ରାଜ୍ୟରେ ଆଉ ୬ଟି ନୂଆ କୋର୍ଟ ଖୋଲିବ। ହାଇକୋର୍ଟଙ୍କ ସୁପାରିସ ଆଧାରରେ ରାଜ୍ୟ ସରକାର ଚଳିତବର୍ଷଠାରୁ ଏହି କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଜେନା କହିଛନ୍ତି ଯେ, କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡେଇ ଏବଂ ଖଡିଆଳରେ ଗୋଟିଏ ଲେଖାଏ ଅତିରିକ୍ତ ଜିଲା ଓ ସେସନ୍ ଜଜ୍ କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଜିଲା ଓ ସେସନ କୋର୍ଟ ଖୋଲିବା ଦ୍ୱାରା କଟକରେ କୋର୍ଟ ସଂଖ୍ୟା ୪ ହେବ। ଏହାସହ ଭଦ୍ରକରେ ଆଉ ଗୋଟିଏ ନୂଆ କୋର୍ଟ ଖୋଲିଲେ ଜିଲାରେ କୋର୍ଟ ସଂଖ୍ୟା ୨ରେ ପହଞ୍ଚିବ ବୋଲି ମନ୍ତ୍ରୀ ଜେନା କହିଛନ୍ତି।
ଭଦ୍ରକରେ ହେବ ଆଉ ଗୋଟିଏ ନୂଆ କୋର୍ଟ
|
November 15, 2019 |