ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି

Spread the love

ଭଦ୍ରକ, 12.02.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା) :- ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠିଙ୍କ ବାସଭବନ ସାମ୍ନାରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କ ଗଣଧାରଣା। ଦୀର୍ଘଦିନ ଧରି ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ସହ ରାସ୍ତା ରୋକ ମଧ୍ୟ କରାଯାଇଥିଲା। ଏହି ଦାବିରେ ଭଦ୍ରକ ବନ୍ଦ କରି ଜିଲ୍ଲାବାସୀ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି।  ଅନ୍ୟପକ୍ଷରେ ଭଦ୍ରକର ଜନ ପ୍ରତିନିଧିମାନେ ମଧ୍ୟ ଏ ଦିଗରେ ରାଜ୍ୟସରକାରଙ୍କ ପାଖରେ ଦାବି ଉପସ୍ଥାପନା କରୁ ନାହାନ୍ତି। ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରୁଥିବା ଯୋଗୁଁ ବାଧ୍ୟ ହୋଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦିଆଯାଇଛି । ତେବେ ଏହି ଧାରଣା ଭଦ୍ରକର ପ୍ରତ୍ୟେକ ବିଧାୟକ ଓ ସାଂସଦଙ୍କ ବାସଭବନ ସାମ୍ନାରେ ଧାରଣା ଦିଆଯିବ ବୋଲି କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଧାରଣାକୁ ସମର୍ଥନ କରିଛନ୍ତି ଧାମନଗର ବିଧାୟକ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଏହି ଆନ୍ଦୋଳନ ଦୀର୍ଘଦିନ ଚାଲିଥିବା ବେଳେ ସମସ୍ତ ବିଧାୟକ ଏବଂ ସାଂସଦ ଏକଜୁଟ ନ ହେଲେ ଏହି ଆନ୍ଦୋଳନ ଫଳପ୍ରଦ ହେବ ନାହିଁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି କହିଛନ୍ତି।

Related Posts

About The Author

Add Comment