ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ବିଜେପିର ସାମ୍ବାଦିକ ସମ୍ମିଳନୀ

Spread the love

ଭଦ୍ରକ୩୧/୮ (ସନ୍ଧାନ ନିୟୁଜ/ରମେଶ ନାୟକ): କେନ୍ଦ୍ରର ବିଜେପି ସରକାର ନିକଟ ଅତୀତରେ ସମଗ୍ର ଦେଶରେ ୭୫ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତି ନେଇଛନ୍ତି । ଏହି ସୁଯୋଗରେ ଯଦି ଭଦ୍ରକର ଶାସକ ଦଳର ନିର୍ବାଚିତ ପ୍ରତିନିଧିମାନେ ଚେଷ୍ଟା ନ କରନ୍ତି ତେବେ ମେଡିକାଲ କଲେଜ ସ୍ଥାପନ କରିବା ଅସମ୍ଭବ ହୋଇ ପଡିବ । ବୋଲି ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ତଥା ଧାମନଗର ବିଧାୟକ ଶ୍ରୀ ବିଷ୍ଣୁ ସେଠୀ ପ୍ରକାଶ କରିଛନ୍ତି । ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅତୀତରେ ହୋଇଥିବା ଆନ୍ଦୋଳନକୁ ବିଜେପି ସମର୍ଥନ କରିଆସିଛି । ଭଦ୍ରକ ଜିଲ୍ଲାରେ ୧୮ଲକ୍ଷରୁ ଉଦ୍ଧ୍ୱର୍ ଜନସଂଖ୍ୟା ଥିବା ବେଳେ ପଡୋଶୀ ବାଲେଶ୍ୱର, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା ଜିଲ୍ଳାର କିଛି ଅଞ୍ଚଳର ଜନ ସାଧାରଣ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭଦ୍ରକ ଜିଲ୍ଳା ହସ୍ପିଟାଲ ଉପରେ ନିର୍ଭର କରୁଥିବାରୁ ଭୌଗଳିକ ଦୃଷ୍ଟିକୋଣରୁ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଅତ୍ୟନ୍ତ ଅପରିହାର୍ଯ୍ୟ । ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, କେନ୍ଦ୍ରମନ୍ତ୍ରୀ ଧର୍ମେନନ୍ଦ୍ର ପ୍ରଧାନ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ସହିତ ଏଥିଲାଗି ଜମି ଯୋଗାଇବାକୁ ଅନୁରୋଧ କରିଥିଲେ ମଧ୍ୟ ରାଜ୍ୟ ସରକାର ଜାଗା ଯୋଗାଇ କେନ୍ଦ୍ରକୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ନ ପଠାଉଥିବାରୁ ଭଦ୍ରକରେ ମେଡିକାଲ କଲେଜ ହୋଇ ପାରୁନାହିଁ । ଯେତେବେଳେ କି ଭଦ୍ରକ ଧାମନଗର ଛକ ଠାରେ ଇଡକୋ ଅଧିନରେ ଥିବା ୨୭୨ ଏକର ଜମିରୁ କିଛି ଜମି ମେଡିକାଲ କଲେଜକୁ ହସ୍ତାନ୍ତର କରାଗଲେ ଏହାର ପ୍ରତିଷ୍ଠା ସମ୍ଭବ ହୋଇ ପାରନ୍ତା ବୋଲି ଶ୍ରୀ ସେଠୀ କହିଥିଲେ । ଏହା ସହିତ ଯଦି ରାଜ୍ୟ ସରକାର ଏଥର ଜମି ନ ଯୋଗାଇ ଦିଅନ୍ତି କିମ୍ବା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ନ ଦିଅନ୍ତି ତେବେ ବିଜେପି ଦୁର୍ବାର ଆନ୍ଦୋଳନ କରିବ ବୋଲି ଶ୍ରୀ ସେଠୀ ଚେତାବନୀ ଦେଇଛନ୍ତି । ଜିଲ୍ଳା ବିଜେପି ସଭାପତି ବଦ୍ରି ନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପର୍ଯ୍ୟବେକ୍ଷକ ମହେଶ ମହାନ୍ତି, ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ, ଜିଲ୍ଳା ବିଜେପି ସାଧାରଣ ସମ୍ପାଦକ ଶରତ ପଢିଆରୀ, ଉପସଭାପତି ତପନ ମହାନ୍ତି, ଅମ୍ବିକା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment