ଭଦ୍ରକରୁ ୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ଜଣଙ୍କର ମୃତ୍ୟୁ

Spread the love

ଭଦ୍ରକ, ୦୭/୧୧/୨୦ (ସନ୍ଧାନ ନିଉଜ) : ଆଜି ଭଦ୍ରକ ଜିଲ୍ଲାରୁ ଆଉ ୩୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ୯୨୩ ହୋଇଛି । ସେମାନଙ୍କ ମଧ୍ୟରୁ ୬ହଜାର ୬୫୭ଜଣ ସୁସ୍ଥ ହୋଇ ସାରିଛନ୍ତି । ସେହିପରି ଆଜି ଜଣେ ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଯାହା ଫଳରେ ମୋଟ ମୃତକଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଏବେ ୨୪୫ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଜିଲ୍ଲାରୁ ମୋଟ ୧ ଲକ୍ଷ ୩୬ହଜାର ୨୦୬ଜଣଙ୍କ ନମୁନା ପରୀକ୍ଷା ହୋଇଛି । ଆଜି ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ଜଣେ, ଭଦ୍ରକ ବ୍ଳକରୁ ୬ଜଣ, ଭଦ୍ରକ ପୌରପାଳିକାରୁ ୩ଜଣ, ବନ୍ତ ବ୍ଳକରୁ ୫ଜଣ, ଚାନ୍ଦବାଲି ବ୍ଲକରୁ ୧୧ଜଣ, ଧାମନଗର ବ୍ଳକରୁ ୩ଜଣ, ତିହିଡି ବ୍ଳକରୁ ଜଣେ ଏବଂ ବାହାର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related Posts

About The Author

Add Comment