ଭଦ୍ରକ, ୦୬/୧୦/୨୦ (ସନ୍ଧାନ ନିଉଜ) :- ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ପଠାନମହଲା ଠାରେ ଥିବା ଏକ ଘରେ ଗତକାଲି ବିଳମ୍ବିତ ରାତିରେ ଚଢାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ କରାଯାଇଥିôବା ମଙ୍ଗଳବାର ସ୍ଥାନୀୟ ପୁଲିସ ସୂଚନା ଦେଇଛି । ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଘର ମାଲିକ ଫେରାର ହୋଇଯାଇଛି । ଚଢାଉ ବେଳେ ନାମୀ କମ୍ପାନୀର ନକଲି ଲୋଗୋ, ଜର୍ଦ୍ଦା ପତି, ଲେବେଲ, ସେଣ୍ଟ ଓ ଅନ୍ୟାନ୍ୟ କେମିକାଲ ସାମଗ୍ରୀ ସହ କିଛି ଯନ୍ତ୍ରାଂଶ ଜବତ ହୋଇଛି । ଜବତ ଜର୍ଦ୍ଦାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ନକଲି ଜର୍ଦ୍ଦା ତିଆରି ପାଇଁ କେଉଁଠୁ ସାମଗ୍ରୀ ଆସୁଥିଲା । ଆଉ ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୁଲିସ ତଦନ୍ତ ଚଳାଇଛି ।
ଭଦ୍ରକରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ଜଣେ ଅଟକ
|
October 6, 2020 |
