ବାରିପଦା ୧୫/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ତିରିଂ ଥାନା ବଡ଼ ଭୁଣ୍ଡୁ ଗ୍ରାମର ତାଳସା ଗ୍ରାମରେ ନିଜ ଜନ୍ମ କରା ପୁତ୍ର ରତନ ଟୁଡୁ (୪୬)ମଦ ପିଇବା ପାଇଁ ଭତା ଟଙ୍କା ନ ଦେବାରୁ ଏକୁଟିଆ ର ସୁଯାଗ ନେଇ ବାପାକୁ ପିଟି ପିଟି ମାରି ଦେଇ ଥିବା ଜଣାପଡିଛି।ସୂଚନା ଅନୁଯାୟୀ ଉକ୍ତ ତାଳସା ଗ୍ରାମର ସର୍ଗତ ସୁରେଇ ଟୁଡୁର ପୁତ୍ର ଶାମୁ ଟୁଡ଼ୁ (୭୦)ଗାଁ ଠାରୁ କିଛି ଦୂରରେ ଏକ ନିଛାଟିଆ ଜାଗାରେ ଘର କରି ରୁହେ ଶାମୁ କୌଣସି କାରଣରୁ ଚାଲି ନ ପାରି ଘୁଷୁରୀ ଘୁଷୁରୀ ଦାଣ୍ଡରେ ଯିବା ଆସିବା କରିଥାଏ । କେତେବେଳେ କେମିତି ଗାଁ ଲାକେ ଦେଖୁଲେ ଖାଇବା ପାଇଁ ଦେଇ ଥାନ୍ତି । କିନ୍ତୁ ପୁତ୍ର ରତନ ଟୁଡୁ ସବୁବେଳେ ନିଶାଶକ୍ତ ଅବସ୍ଥାରେ ରହି ବାପାକୁ ଖାଇ ବାକୁ ଦିଏ ନାହିଁ ।ଏନେଇ ଗାଁ ଲୋକେ ବହୁ ବାର ପୁଆ ରତନ କୁ ତାଗିଦ କରିଛନ୍ତି । କିନ୍ତୁ ତାର କୌଣସି ପ୍ରଭାବ ପଡି ନାହିଁ ଗତ ମଙ୍ଗଳବାର ରାତ୍ରି ରେ ନିଶାସକ୍ତ ଅବସ୍ଥାରେ ଘରକୁ ଯାଇ ମିଳିଥିବା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମାଗିଥିଲେ କିନ୍ତୁ ମୂର୍ଭ ବୃଦ୍ଧ ଶାମୁ ଟଙ୍କା ଦେଇ ନ ଥିଲା ଫଳରେପୁଅ ରତନ ଠେଙ୍ଗାରେ ପିଟି ପିଟି ରାତ୍ରି ରେ ମାରି ଦେଇ ଥିଲାଏବଂ କାହାରିକୁ କିଛି କହି ନ ଥିଲେ । ବଂଶର ଜଣେ ବାହୁ ଉକ୍ତ ଘରକୁ ଯାଇ ଥିବା ବେଳେ ଆଖିରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୂର୍ତ୍ତି ଶାମୁକୁ ଦେଖୁ ଥିଲା, କିନ୍ତୁ ଏହି ସମୟରେ ରତନ ଦେଖା ଦେବାରୁ କାଳେ କାହାରିକୁ ଜଣାଇ ଦେବ ସେ ନେଇ ବାହୁ ଟିକୁ ମଧ୍ୟ ହତ୍ୟା ଧମକ ଦେଲା ଫଳରେ ଘଟଣା କାହାରିକୁ ଜଣାଇ ପାରିଲେ ନାହିଁ ଗାଁ ଲାକେ କୁହା କୁହି ହେବାରୁ ପାଲିସ ନିକଟକୁ ଖବର ଆଜି ପହଞ୍ଚି ଥିଲା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବଦ କରିବା ସଙ୍ଗେ ସଙ୍ଗେ ପୁତ୍ର ରତନ ଟୁଡୁ କୁ ମଧ୍ୟ ଗିରଫ କରିଛି । ଥାନା କେଶ ନମ୍ବର୪୫/୨୦ ରୁଜୁ ହୋଇଛି।




