କଟକ,(ସନ୍ଧାନ ନ୍ୟୁଜ) : କଟକ ସଦର ୪୨ ମୌଜାର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ପଟଣା ପକ୍ଷରୁ ପ୍ରତିଷ୍ଠାନର ପୂଜ୍ୟପୂଜା ଭବନରେ ଭଜନ ସମ୍ରାଟ ଭିକାରି ବଳଙ୍କର ଶ୍ରାଦ୍ଧ ଉତ୍ସବ ପାଳିତ ହୋଇ ଭବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି । ତାଙ୍କ ଭଜନ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାରେ ନୁହେଁ ବିଶ୍ଵରେ ଯେଉଁଠାରେ ବି ଓଡ଼ିଆ ଅଛନ୍ତି,ଜଗନ୍ନାଥ ପ୍ରେମୀ ଅଛନ୍ତି ସେଠି ଭିକାରୀ ବଳଙ୍କ ଭଜନ ପ୍ରସାରିତ ହୋଇଅଛି । କଟକ ତଥା ଓଡିଶାର ଗର୍ବ ଓ ଗୌରବ ଭଜନ ସମ୍ରାଟ । ଏହି ସଭାରେ ସଭାପତି କବୀ ଶ୍ରୀମତୀ ସରୋଜ ନଳିନୀ ପରିଜା,କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ,ଉପସଭାପତି ଶିଳ୍ପୀ ଉପେନ୍ଦ୍ର ବାରିକ,ସାଧାରଣ ସମ୍ପାଦକ ଦକ୍ଷ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଏବଂ ଅନ୍ୟାନ୍ୟ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ ।
ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ
|
November 9, 2023 |



