ଭଙ୍ଗା ଚାଳିଆରେ ବିତୁଛି ଲକ୍ଷ୍ମୀଧରର ଜୀବନ, ଆବାସ ଅପେକ୍ଷାରେ ବିତୁଛି ଦିନ,ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ,

Spread the love

ଜେନାପୁର,୧୭/୦୯(ସନ୍ଧାନ ନ୍ୟୁଜ୍)(:ପ୍ରଶାନ୍ତ ସାମଲ ) ଦାରିଦ୍ର୍ୟ ସୀମାରେଖା ତଳେ ଘାଣ୍ଟି ହେଉଥିବା ଗରିବ ନିରାଶ୍ରୟଙ୍କ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ ଅନ୍ତର୍ଦୋୟ ଗୃହ ଓ ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥି ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ ମଧ୍ୟ କରୁଛନ୍ତି। ମାତ୍ର କିଛି ଅଧିକାରୀଙ୍କ ଆନ୍ତରିକ ମନୋଭାବ ଅଭାବ ପାଇଁ ଅଧିକାଂଶ ସ୍ଥାନରେ ଅନ୍ତର୍ଦୋୟ ଗୃହ ଓ ଆବାସ ଯୋଜନା ବିଫଳ ହେଉଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଗରିବ ହିତାଧିକାରୀ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହେଉଥ‌ିବା ଜଣାପଡ଼ିଛି। ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଧର୍ମଶାଳା ବ୍ଳକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଦଇପୁର ଗ୍ରାମର ଲକ୍ଷ୍ମୀ ଖଟୁଆଙ୍କ କ୍ଷେତ୍ରରେ ଘଟିଛି । ଦଇପୁର ଗ୍ରାମର ଲକ୍ଷ୍ମୀ ଖଟୁଆ ସ୍ୱାମୀ ରସାନନ୍ଦ ଖଟୁଆ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ପତ୍ନୀ ଓ ଏକମାତ୍ର ପୁଅଙ୍କୁ ନେଇ ତାଙ୍କର ପରିବାର। ଏବଂ ତିନି ଝିଅ ବିବାହ ପରେ ଗୃହ ଖଣ୍ତେ କରିବା ପାଇଁ ଅର୍ଥର ଘୋର ଅଭାବ ଦେଖାଦେଇଛି । ସମ୍ପତି କହିଲେ ଅଳ୍ପ ଚାଷ ଜମି ଥିଲା ବେଳେ ଭଙ୍ଗା କୁଡ଼ିଆଟିଏ ବାକି ଜୀବନ ବିତୁଛି । ଯାହା ୩ ଦିନ ପୂର୍ବରୁ ପ୍ରବଳ ବର୍ଷାରେ ଘର କାନ୍ଥ ପଡିଯିବା ରୁ ଦୟନିଅ ଅବସ୍ତାରେ ପରିବାର ରହିଛନ୍ତି । ଦୀର୍ଘ ଦିନ ହେବ ଛପର ହୋଇପାରୁନଥିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଛି I ସମାନ୍ୟ ବର୍ଷା ହେଲେ ଲକ୍ଷ୍ମୀ ପୁରା ପରିବାର ସହ ପଡୋଶିଙ୍କ ଘରେ ଆଶ୍ରୟ ନେଇଥାନ୍ତି। ଏପରି କ୍ଷେତ୍ରରେ ତାଙ୍କ ସ୍ୱାମୀ ରସାନନ୍ଦ ଜଣେ ଦିନ ମଜୁରିଆ ଯାହା ରୋଜଗାର କରନ୍ତି ଆଜିକା ଦିନରେ ପରିବାର ଚଳାଇବା ବହୁତ କଷ୍ଟ ହୋଇପଡୁଛି। ଭଙ୍ଗା ଗୃହକୁ ମରାମତି ତାଙ୍କ ପାଇଁ ଉଷୁନା ଧାନ ଗଜା ହେବା ସଦୃଶ ପାଲଟିଛି। ତେବେ ସେ ସରକାରଙ୍କ ପକ୍ଷରୁ ମାତ୍ର ୧୫ କିଲୋ ଚାଉଳ ମିଳୁଛି । ଏଯାବତ୍ ପଞ୍ଚାୟତ ପ୍ରତିନିଧି ଓ ବ୍ଲକ୍ ଉପାଧ୍ୟକ ବିଶ୍ୱବିଜୟନୀ ମିଶ୍ରଙ୍କ ଦୃଷ୍ଟିଙ୍କୁ ଏ ସମ୍ପର୍କରେ ଜଣାଇଥିଲି । ସେ ଏ ଖବର ପାଇବା ପରେ ସଙ୍ଗେ ସଙ୍ଗେ ତାଙ୍କ ଘରେ ପହଞ୍ଚି ଗୃହର ଭଗ୍ନାଂଶ ଦେଖି ବର୍ତ୍ତମାନ ଚଳିବା ପାଇଁ ପାଲ ଓ ଆବାସ ଯୋଜନାରେ ଗୃହ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏପରି ବ୍ଲକ୍ ଉପାଧ୍ୟକ୍ଷଙ୍କ କାର୍ଯ୍ୟ ଶୈଳି ଦେଖି ଗ୍ରାମର ଆବଳ ବୃଦ୍ଧଜିବୀଙ୍କ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

Related Posts

About The Author

Add Comment