ଯାଜପୁର,୨୪/୧୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ବାଲିସାହି ନିକଟରେ ଥିବା କାଳିଆ ବଳିଆ ହଟ ମକ୍ଟଳର ପିଚୁ ପ୍ଲାଂଟକୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଛି । ଏହି ପିଚୁ ପ୍ଲାଂଟ ଜାତୀୟ ରାଜପଥ କଡରେ କୌଣସି ପ୍ରକାର ଅନୁମତି ନଥାଇ ଦୀର୍ଘବର୍ଷ ହେଲା ଚାଲି ଆସୁଥିଲା । ଏହାକୁ ସ୍ଥାନୀୟ ପୋଲିସ, ପ୍ରଶାସନ ଦେଖିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ତେବେ ଏହାର ଆଖିବୁଜା ପ୍ରଦୂଷଣରେ ସ୍ଥାନୀୟ ଅଂଚଳର ଲୋକେ ଶାନ୍ତିରେ ରାତିରେ ବି ଟିକେ ଶୋଇ ପାରୁ ନଥିଲେ । ଏଥିନେଇ ମଧ୍ୟ ବହୁବାର ସ୍ଥାନୀୟ ଅଂଚଳର ଲୋକେ ପ୍ରଶାସନ ନିକଟରେ ଅଭିଯୋଗ ପତ୍ର ଦେଇ ନିରାଶ ହୋଇଛନ୍ତି । ଏପରିକି ଜାତୀୟ ରାଜପଥରେ ପ୍ରତି ଘଂଟାରେ ଯାତାୟତ କରୁଥିବା ଶହ ଶହ ଯାତ୍ରୀ ମଧ୍ୟ ବ୍ୟାପକ ପ୍ରଦୂଷଣର ଶୀକାର ହେଉଥିଲେ । ଜନସ୍ୱାର୍ଥ ଏବଂ ସରକାରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗରେ ଧର୍ମଶାଳାର ବି.ଜେ.ଡି ଯୁବନେତା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାଜସ୍ୱ , ଜଙ୍ଗଲ ଓ ପରିବେଶ ବିଭାଗର ସର୍ବୋଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିନେଇ କଟକ ବନକଣ୍ଡ ଅଧିକାରୀ ଗତ ତା ୦୬.୧୧.୧୮ ରିଖରେ ମେମୋ ନଂବର-୯୮୭୬ ସତୀଶ ବିଶ୍ୱାଳଙ୍କୁ ପ୍ରଦାନ କରିଥିଲେ । ଏଥିରେ ସେ ଦର୍ଶାଇଥିଲେ ଯେ, ଆପଣଙ୍କ ଅଭିଯୋଗକୁ ଭିତି କରି ଗତ ତା୧୨.୧୦.୧୮ ରିଖରେ ରାଜସ୍ୱ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏକ ଯୁଗ୍ନ ତଦନ୍ତ ହୋଇଥିଲା । ହେଲେ ତଦନ୍ତରେ ଥିବା ଧର୍ମଶାଳା ତହସିଲଦାରଙ୍କ ତରଫରୁ ପିଚୁ କାରଖାନାର ମ୍ୟାନେଜର କୌଣସି କାଗଜପତ୍ର ଦେଖାଇ ପାରିଲେ ନାହିଁ । ତହସିଲଦାରଙ୍କ ତରଫରୁ ଦୁଇଥର ନୋଟିସ ପରେ କାରଖାନା ତରଫରୁ କୌଣସି ଅନୁମତି ଥିବାର କାରଖାନା କର୍ତୁପକ୍ଷ ଦେଖାଇ ପାରିନଥିଲେ । ଏଥିପାଇଁ କାରଖାନା ମାଲିକଙ୍କୁ ସୋକଜ ନୋଟିସ ମେମୋ ନଂବର-୩୫୧୬ ତା୧୭.୦୪.୧୮ ରିଖରେ ପ୍ରଦାନ କରାଯାଇଥିଲା । ସତୀଶ ବିଶ୍ୱାଳଙ୍କ ଅଭିଯୋଗ ସଂପୂର୍ଣ୍ଣ ସତ୍ୟ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ମେମୋ ନଂବର-୫୧୯୨୭ ଅନୁସାରେ ଏହି କାରଖାନା ଉଚ୍ଛେଦ ପାଇଁ ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଉକ୍ତ ପତ୍ରରେ ବନଖଣ୍ଡ ଅଧିକାରୀ ସୂଚନା ଦେଇଥିଲେ । ଏହାପରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ବିଶ୍ୱାଳ ପୁନଶ୍ଚ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଗତ ତା୨୩.୦୫.୧୯ ରିଖରେ ଏକ ପତ୍ର ନଂବର-୪୯୭୨ ନିଦେ୍ର୍ଦଶକ ଜଙ୍ଗଲ ଓ ପରିବେଶ ବିଭାଗକୁ ପ୍ରଦାନ କରିଥିଲେ । ଏଥିରେ ସେ ଦର୍ଶାଇଥିଲେ ଯେ, କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ପତ୍ର ନଂବର-୩୨୫ ତା୧୨.୦୨.୧୯ ରେ ବେଆଇନ ଭାବେ ଚାଲୁଥିବା ଏହି ପିଚୁ କାରଖାନାକୁ ତୁରନ୍ତ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ତେଣୁ ବେଆଇନ ଭାବେ ବର୍ଷ ବର୍ଷ ଧରି ଚାଲିଥିବା ଏହି ପିଚୁ କାରଖାନାକୁ ତୁରନ୍ତ ବନ୍ଦ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହାପରେ ବିଶ୍ୱାଳଙ୍କ ତରଫରୁ ଏଥିନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଏହାକୁ ତିନିମାସ ପୂର୍ବରୁ ବନ୍ଦ କରାଯାଇ ଥିଲା । ହେଲେ ଏହି ପିଚୁ କାରଖାନା ସରକାରୀ କାଗଜରେ ବନ୍ଦ ହୋଇଥିଲେ ମଧ୍ୟ ୨ ମାସ ହେବ ଅହରହ ଚାଲିବା ସହ ପ୍ରଦୂଷଣରେ ସ୍ଥାନୀୟ ଜନସାଧାରଣଙ୍କୁ ଅଣନିଶ୍ୱାସୀ କରି ପକାଉଥିଲା । ଏଥିନେଇ ପୁନଶ୍ଚ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ଯାଜପୁର ଉପଜିଲ୍ଲାପାଳ ଏବଂ ଧର୍ମଶାଳା ତହସିଲଦାରଙ୍କ ସହ ପୋଲିସ ଉପସ୍ଥିତିରେ ଆଜି ଏହି କାରଖାନାକୁ ଭାଙ୍ଗି ଦିଆଯାଇଛି । ତେବେ ବେଆଇନ ଭାବେ ଏହି ପ୍ଲାଂଟ ବର୍ଷ ବର୍ଷ ଧରି ଚାଲିବା ନେଇ ଲୋକେ ଏବଂ ସରକାର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ ଏଥିନେଇ କାରଖାନାର କର୍ତୁପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯିବା ବୋଲି ଯୁବନେତା ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । Report-Prasanta Samal
ଭଙ୍ଗାଗଲା ବେଆଇନ ପିଚୁ ପ୍ଲାଂଟ: ପ୍ରଦୂଷଣରୁ ତ୍ରାହି ପାଇଲେ ସ୍ଥାନୀୟ ଜନସାଧାରଣ
|
December 24, 2019 |
