ଭଗବତୀ ପୀଠରେ ଅଷ୍ଟମପ୍ରହର ନାମଯଜ୍ଞ ଅନୁଷ୍ଟିତ

Spread the love

ଯାଜପୁର ସଦର, ୦୫ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ପୀଠରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଟିତ କରାଯାଇଥିଲା । ଏହି ନାମଯଜ୍ଞରେ ଭଗବତୀପୁର କିର୍ତ୍ତିନ ମଣ୍ଡଳୀଙ୍କ ତତ୍ୱାବଧାନରେ ଅଧିବାସ କରାଯାଇ ଆରତ ଦାସଙ୍କ କ୍ରିର୍ତ୍ତନ ମଣ୍ଡଳୀକୁ ନାମ ପ୍ରଦାନ କରିଥିଲେ । ମଣ୍ଡପ ପରିଶରରେ ସୋସୋଜିତ ମଣ୍ଡପରେ ଗୌରାଙ୍ଗ ଚନ୍ଦ୍ର ମହାପ୍ରଭୂ ବିଜେ କରିଥିବା ବେଳେ, ମୁଖ୍ୟ କର୍ତ୍ତା ଗୌରାଙ୍ଗ ଚନ୍ଦ୍ର ମହାପାତ୍ର ସଙ୍କଳ୍ପ ଏବଂ ଅଧିବାସ କରିଥିଲେ । କିର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ନାମ ସଂକ୍ରିର୍ତ୍ତନ ଅଂଶ ଗ୍ରହଣ କରିଥିବା ବେଳେ, ଉଚ୍ଚ କୋଟିର ସଂକିର୍ତ୍ତନ ହରିନାମ କରାଯାଇଥିଲା । ଭଗବତୀପୁର ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ପ୍ରତିବର୍ଷ ପରି ଏବର୍ଷ ମାଙ୍କ ପୂଜନ ବୃନ୍ଦାବନ ଦିକ୍ଷିତଙ୍କ ତତ୍ୱାବଧାନରେ ଗୌରାଙ୍ଗ ମହାପ୍ରଭୂଙ୍କୁ ମଣ୍ଡପକୁ ଅଣାଯାଇଥିଲା ।

Related Posts

About The Author

Add Comment