ଭଗବତୀପୁର ବ୍ରାହ୍ମଣ ସାହିରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଟିତ

Spread the love

ଯାଜପୁର ସଦର, ୨୪ା୦୬: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ବ୍ରାହ୍ମଣ ସାହିରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ପ୍ରଭୂ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇ ପବିତ୍ର ଗଙ୍ଗା ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ରତ୍ନବେଦି ଉପରକୁ ଅଣାଯିବା ସହିତ ପଣ୍ଡିତ ଅନିରୁଦ୍ଧ ପାଢ଼ୀଙ୍କ ତତ୍ୱାବଧାନରେ ମୁଖ୍ୟକର୍ତ୍ତା ଅନନ୍ତ କିଶୋର ଦାଶ ବଟୁ ଗ୍ରହଣ କରିଥିଲେ । ଏହି ଅବସରରେ ଶୋଡ଼ଷ ଏବଂ ପଂଚ ଉପଚାରରେ ପ୍ରଭୂଙ୍କୁ ମହାସ୍ନାନ କରାଯାଇଥିଲା । ପୁରସ୍ତମ ଦାଶଙ୍କ ତତ୍ୱାବଧାନରେ ମହାସ୍ନାନ କାର୍ଯ୍ୟ କରାଯାଇଥିବା ବେଳେ, ମନ୍ଦିର ପୂଜକ ବ୍ରଜ କିଶୋର ଦାଶ ଗୋପିନାଥ ଦାଶ ଅନନ୍ତ ଦାଶ, ବିଷ୍ଣୁ ଚରଣ ଦାଶ, ଅଜ୍ଞାନ ଦାଶ, ପ୍ରକାଶ କୁମାର ଦାଶ, କାହ୍ନୁ ଚରଣ ଦାଶ ଦାଶ ପରିବାର ପକ୍ଷରୁ ମହାପ୍ରଭୂଙ୍କ ସ୍ନାନଯାତ୍ରା ଅନୁଷ୍ଟିତ କରାଯାଇ ମହାପ୍ରଭୂ ଅଣସର ଘରେ ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ କରିଥିବାରୁ ମହାପ୍ରଭୂଙ୍କୁ ଜ୍ୱର ହୋଇଥିଲା । ନୂତନ କରି ନିର୍ମାଣ କରାଯାଇଥିବା ମୋ ଓଡ଼ିଶା ନବୀନ ଓଡ଼ିଶାର ଆର୍ଥିକ ସହାୟତାରେ ନୂତନ ସ୍ନାନ ମଣ୍ଡପ ନିର୍ମାଣ କରାଯାଇଥିବା ମଣ୍ଡପକୁ ବିଧିବିଧାନ ଅନୁସାରେ ମହାପ୍ରଭୂଙ୍କର ସ୍ନାନଯାତ୍ରା ଦାଶ ପରିବାଙ୍କ ପକ୍ଷରୁ ଅନୁଷ୍ଟିତ ହୋଇଥିଲା । ମହାପ୍ରଭୂଙ୍କୁ ଭକ୍ତ ମାନେ ଦର୍ଶନ କରି ଆଶ୍ରୀର୍ବାଦ ନେଇଥିଲେ ।

Related Posts

About The Author

Add Comment