ଜେନାପୁର/ ୨୬/୦୩/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ ) ଧର୍ମଶାଳା ବ୍ଳକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମପଞ୍ଚାୟତ ଅଧିନସ୍ଥ ମାଳହାଟ ଠାରେ ଏକା ଦଶତମ ବିଶ୍ୱଶାନ୍ତି ମହାଯଜ୍ଞ ଭକ୍ତ ଶୂନ୍ୟରେ ପାଳିତ ହେଉଅଛି ।ଏହି ଯଜ୍ଞଟିରେ ପାଖାପାଖି ତିନି ଗୋଟି ପଞ୍ଚାୟତର ଗ୍ରାମର ଲୋକମାନଙ୍କୁ ନେଇ ଅନୁଷ୍ଠାନଟି ଅନୁଷ୍ଠିତ ହୋଇଛି ଢେଙ୍କାନାଳ ଜିଲ୍ଲାର ଦଶମାଣ ପଞ୍ଚାୟତ ,ଯାଜପୁର ଜିଲ୍ଲାର ରେଖିଦେଇପୁର ପଞ୍ଚାୟତର ଓ ଏଣ୍ଡଳବା ପଞ୍ଚାୟତର ସମସ୍ତ ଗ୍ରାମର ଲୋକମାନଙ୍କର ପୂର୍ଣ୍ଣ ସହଯୋଗରେ ଅନୁଷ୍ଠାନଟି ଗଢ଼ି ଉଠିଛି। ପ୍ରତ୍ୟେକ ବର୍ଷ ଏହି ବିଶ୍ୱଶାନ୍ତି ମହାଯଜ୍ଞଟିରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହହୋଇଥାଏ ।ଓ ବହୁ ଦୂରଦୂରାନ୍ତରୁ ସାଧୁସନ୍ଥ ମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ । ଏହିଯଜ୍ଞଟି ପାଞ୍ଚ ଦିନଧରି ବହୁ ଆଡ଼ମ୍ବରରେ ପାଳିତ ହୋଇଥାଏ ,ଭଜନ, କୀର୍ତ୍ତନ, ଘୋଡ଼ା ନାଚ, ପାଲା, ଦାସ କାଠିଆ ସାଙ୍ଗକୁ ବିଭିନ୍ନ ସଂସ୍କୃତିକ ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ସାଙ୍ଗକୁ ମିନା ବଜାର ଦୋଳି ଛୋଟ ବଡ଼ ଦୋକାନ ଶ୍ରଦ୍ଧାଳୁଙ୍କ ମନ ମୋହିଥାଏ । ହେଲେ ଏ ବର୍ଷ ମହାମାରୀ କରୋନା ଦ୍ୱିତୀୟ ଲହରୀ ସବୁ ଫିକା କରିଦେଲା । ସରକାରଙ୍କ କରୋନା ଗାଇଡ଼ ଲାଇନ ଅନୁଯାୟୀ ଭକ୍ତ ଶୂନ୍ୟରେ ପାଳିତ ହେଉଛି ବିଶ୍ୱଶାନ୍ତି ମହାଯଜ୍ଞ । କମିଟି ପକ୍ଷରୁ ଡାକବାଜି ଯନ୍ତ ସାହାଯ୍ୟରେ ଆଖ ପାଖର ପ୍ରତ୍ୟେକ ଗ୍ରାମ ମାନଙ୍କରେ ବୁଲି ସାମାଜିକ ଦୁରତା ରକ୍ଷାକରିବା ,ସର୍ବଦା ମାକ୍ସ ଓ ରୁମାଲ ବ୍ୟବହାର କରିବାର ସହିତ ହାତକୁ ବାରମ୍ବାର ସାବୁନୁରେ ଧୋଇବାକୁ କହିଥିଲେ । ଯେଉଁ ଭକ୍ତ ମାନେ ଯଜ୍ଞକୁଞ୍ଜ ନିକଟକୁ ଆସୁଛନ୍ତି ସେଠାରେ ଗହଳି ନ କରି ଦର୍ଶନ କରି ଫେରି ଯାଉଛନ୍ତି ।
ତାଜା ଖବର
- ଭର୍ଚୁଆଲ ମାଧ୍ୟମରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ
- ଗ୍ରୁପ ଡ଼ି ଆସୋସିଏସନ ସଭାପତି ଙ୍କ ଧର୍ମଶାଳା ଗସ୍ତ।
- ମୁକୁନ୍ଦ ପାତ୍ର ଡ଼ିଗ୍ରୀ ମହାବିଦ୍ୟାଳୟ, ବଳରାମପୁର ବାର୍ଷିକ କ୍ରୀଡ଼ା ଉତ୍ସବ ଉଯାପିତ
- ଜମନକିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ; ଜୀବନରେ ଅସଫଳତା ହିଁ ସଫଳତାର ଚାବିକାଠି…..ବିଡ଼ିଓ ରବୀନ୍ଦ୍ର ସେଠୀ
- ଉଠିଲା ସ୍ୱାଭିମାନର ସ୍ୱର:ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ବାସିନ୍ଦା କାହିଁକି ନହେବେ, ବିଧାୟକ ପ୍ରାର୍ଥୀ !
- ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଇ-କେଓ୍ବାଇସି ସମୟ ସୀମା
- ଧନୁଯାତ୍ରାରେ କମ୍ପୁଛି ପରମାଣପୁର, ଆଜି ଆସୁଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
- ନବ ଦାସ ହତ୍ୟାକାଣ୍ଡ: ଦୁଇ ସପ୍ତାହ ମଧ୍ୟରେ ସିବିଆଇ ତଦନ୍ତ ଲାଗି ଚିଠି ଲେଖିବେ ଦୀପାଳି !
- ଅନଲାଇନ ଟ୍ରେଡିଂ ନାଁରେ ୪ କୋଟି ଠକେଇ: ଠକ ଅପହୃତ, ଟଙ୍କା ଭାଗ ବଣ୍ଟାକୁ ନେଇ ଗୋଷ୍ଠୀ ସଂଘର୍ଷ
- ପିପିଲି ବଜାର ଦେଇ ବସ୍ ଚଳାଚଳ ଦାବିରେ ରାସ୍ତାରୋକ