ବାରିପଦା, ୨୮/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):ଭକ୍ତକବି ମଧୁସୂଦନ ରାଓ (ଜନ୍ମ: ୨୯ ଜାନୁଆରି ୧୮୫୩; ମୃତ୍ୟୁ: ୨୮ ଡିସେମ୍ବର ୧୯୧୨) ଙ୍କ ବହୁମୁଖୀ ପ୍ରତିଭାର ମୂଲ୍ୟାୟନ ବେଳେ, ଅନେକ ତାଙ୍କୁ ଜଣେ ଆଦର୍ଶ ଶିକ୍ଷକ ଭାବେ ଗ୍ରହଣ କରିଛନ୍ତି । କାରଣ, ଶିକ୍ଷାର୍ଥୀ ଜୀବନ ଶେଷ ହେବା ପରେ ଶିକ୍ଷକ ଭାବେ ସେ ଆରମ୍ଭ କରିଥିଲେ ନିଜର କର୍ମମୟ ଜୀବନ ଏବଂ ପ୍ରାୟ ଅଠତିରିଶ ବର୍ଷ କଟିଥିଲା ବିଦ୍ୟାଳୟ ଶିକ୍ଷା ବିଭାଗରେ ଆଦର୍ଶ ଶିକ୍ଷାଦାନ ପ୍ରଣାଳୀ, ଗମ୍ଭୀରତା, ନିର୍ମଳ ଚରିତ୍ର ଓ ଅକପଟ ସ୍ନେହ ଯୋଗୁଁ ସେ ଛାତ୍ରମାନଙ୍କର ପ୍ରିୟ ଥିଲେ ବିଦ୍ୟାଳୟ ପାଠ୍ୟ ପୁସ୍ତକ ରଚନାରେ ସେ ଏକ ନବଯୁଗ ଆରମ୍ଭ କରିଥିଲେ ବୋଲି ନିଃସନ୍ଦେହରେ କହାଯାଇପାରେ ଗୁରୁତୁଲ୍ୟ ‘କବିବର ରାଧାନାଥ ରାୟଙ୍କ ପ୍ରେରଣା ଓ ସହଯୋଗରେ ସେ ସରସ-ସରଳ ପାଠ୍ୟ ପୁସ୍ତକମାନ ରଚନା କରି, ଆମ ରାଜ୍ୟର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ପରିପୁଷ୍ଟ କରିଥିଲେ। ମଧୁସୂଦନ ରଚିତ ବହୁ ପାଠ୍ୟ ପୁସ୍ତକ ଅନେକ ଦିନ ପର୍ଯ୍ୟନ୍ତ ଚଳୁଥିଲା। ୧୮୯୫ରେ ସେ ରଚନା କରିଥିଲେ ‘ବର୍ଣ୍ଣବୋଧ‘ ଯାହା ଏବେ ବି ଚଳୁଛି । ତାଙ୍କ ଦ୍ବାରା ରଚିତ ଛାନ୍ଦ, ଶିଶୁ ଗୀତ ଆଦି କୋମଳମତି ବାଳକ-ବାଳିକାଙ୍କ ମନରେ ଗଭୀର ପ୍ରଭାବ ପକାଉଥିଲା ଏବଂ ଏବେ ମଧ୍ୟ ପକାଉଛି। ‘ଆକାଶ ଦିଶେ କି ସୁନ୍ଦର, ତାହାକୁ ରଚିଲେ ଈଶ୍ଵରା ଈଶ୍ଵର ଦୟାର ସାଗର, ତାଙ୍କର ମହିମା ସୁମର‘, ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ, ବିଦ୍ୟା ଅଟଇ ମହାରତ୍ନ, ହୃଦୟେ ଘେନ କରି ଯତ୍ନ‘, ‘ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ, ଜଗର କର୍ଷା ପରମ ଈଶ୍ଵର ଜାଣୁଛନ୍ତି ପ୍ରତିକ୍ଷଣୀ‘, “କି ସୁନ୍ଦର ଆହା, କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ, ମହିମା ତୁମର, ଅଟେ ଅନନ୍ତ ଅପାର‘, ‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର’ ଆଦି ଯୁଗ ଯୁଗ ଧରି ଅବିସ୍ମରଣୀୟ ରହିବ। ଚାକିରି ଜୀବନରେ ମଧୁସୂଦନ ‘ଶିକ୍ଷାବନ୍ଧୁ ନାମକ ମାସିକ ପତ୍ରିକା ପ୍ରକାଶ କରୁଥିଲେ । ସେଥିରେ ଆଦର୍ଶ ଶିକ୍ଷକ, ଆଦର୍ଶ ଶିକ୍ଷାଦାନ ଓ ଶିକ୍ଷା ପ୍ରଣାଳୀ ସଂପର୍କରେ ପ୍ରବନ୍ଧମାନ ପ୍ରକାଶ ପାଉଥିଲା । ସେ ଆମ ରାଜ୍ୟରେ ଶିକ୍ଷାଦାନ ପଦ୍ଧତି ବଦଳାଇଥିଲେ । ଆଦର୍ଶ ଶିକ୍ଷା ପ୍ରଣାଳୀ ସହ ଶିକ୍ଷକମାନଙ୍କୁ ପରିଚିତ କରିବା ପାଇଁ ‘ଅବଧାନ ବନ୍ଧୁ‘ ନାମକ ପୁସ୍ତକ ରଚନା କରିଥିଲେ । ସେ ରେଭେନ୍ସା କଲେଜିଏଟ୍ ସ୍କୁଲର ପ୍ରଥମ ଓଡ଼ିଆ ପ୍ରଧାନ ଶିକ୍ଷକ ଶିକ୍ଷାର ପ୍ରସାର ପାଇଁ ‘କଟକ ଟାଉନ୍ ସ୍କୁଲ୍ (ଏବର ଭକ୍ତମଧୁ ବିଦ୍ୟାପୀଠ) ନାମକ ମଧ୍ୟ ଇଂରେଜୀ ବିଦ୍ୟାଳୟ ଆରମ୍ଭ କରିଥିଲେ । ସାହିତ୍ୟର ପ୍ରସାର ପାଇଁ ସେ କଟକରେ ପ୍ରତିଷ୍ଠା କରିଥିଲେ ‘ଉତ୍କଳ ସାହିତ୍ୟ ସମାଜ ପୁରୀର ପଥୁରିଆ ସାହିରେ ସେ ଜନ୍ମ ହୋଇଥିଲେ।
ଭକ୍ତକବି ମଧୁସୂଦନ ରାଓ
|
December 28, 2020 |
