କଟକ, ୧୯/୦୪/୨୧ (ସନ୍ଧାନ ନିଉଜ) : କଟକ ସଦର ବୟାଳିଶମୌଜା ଉପକଣ୍ଠ ଗୋବିନ୍ଦପୁର ବଜାରରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ସେଵାକେନ୍ଦ୍ର ଉଦଘାଟିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମକୁ ବୟାଳିଶମୌଜା ବେଣ୍ଟକାର ଶାଖା ପ୍ରବନ୍ଧକ ପ୍ରଶାନ୍ତିଗୀତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ପରିଚାଳକ ସୁଶୀଲି କୁମାର ସାହାଣୀ ଓ କଟକ ଜିଲ୍ଲା ସଂଯୋଜକ ଚିତ୍ତରଂଜନ ଦାସ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଗର ପରିଡା,ଯୁବସାମ୍ବାଦିକ ଚନ୍ଦନ ମହାନ୍ତି, ଭଗବାନ ପରିଡା, ଦେବୀ ରଥ, ଶରତ ଚନ୍ଦ୍ର ରଥ,ଶୁଭପ୍ରସନ୍ନ ମହାପାତ୍ର,ପ୍ରସନ୍ନ ପରିଡ଼ା,ସୁବ୍ରତ ସାହାଣୀ, ସୁବାସ ସ୍ୱାଇଁ,ଦିଲୁ ବାରିକ,ଗରିବ ପାଣି,ପୁପୁନୁ ସାହାଣୀ ପ୍ରମୁଖ ଉପସ୍ଥିତଥିଲେ ।
ବୟାଳିଶମୌଜାର ଗୋବିନ୍ଦପୁର ଠାରେ ଏଏସବିଆଇର ଗ୍ରାହକ ସେଵାକେନ୍ଦ୍ର ଉଦଘାଟିତ
|
April 19, 2021 |


