ଉଦଳା, ୭/୧୦ ( ସନ୍ଧାନ ନ୍ୟୁଜ୍):- ବୟସ ଆଗରେ ହାର୍ ମାନିଛି ପିଲାମାନଙ୍କୁ ସଙ୍ଗୀତ ଶିଖାଇବାର ଅଦମ୍ୟ ଇଚ୍ଛା। ନିରବି ଯାଇଛି ସେ · ତବଲା। ନିଶବ୍ଦ ହୋଇଯାଇଛି ହାରମୋନିୟମ୍ ଆଜି ଶୁଣିବାକୁ ମିଳୁନାହିଁ ସେ ସୁଲଳିତ କଣ୍ଠସ୍ବର ଶହଶହ ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେଇଥିବା ଗୁରୁ ଜଣକ ଆଜି ଅବହେଳିତ ନା ତାଙ୍କ କଣ୍ଠ ଫିଟୁଛି ନା ହାତରେ ଧରିପାରୁଛନ୍ତି ବାଦ୍ୟଯନ୍ତ୍ରୀ ଏ ହେଉଛି ଉଦଳା ବ୍ଲକ୍ ଅଧୀନ ବଡ଼ସିଙ୍ଗାରିଆ ପଞ୍ଚାୟତ ନୂଆସାହି ଗ୍ରାମର ସଂଗୀତ ବିଶାରଦ ମହେଶ୍ବର ହାତୀ(୮୧)ଙ୍କ କାହାଣୀ । ସଂଗୀତର ମୋହ ସମ୍ଭାଳି ନ’ପାରି ବାଲେଶ୍ବର ଜିଲ୍ଲା ରୁପ୍ରସାରୁ ବରଂ ମୟୂରଭଞ୍ଜ ଜିଲ୍ଲା ଉଦଳା ବାଳିକା ଉଚ୍ଚ ବିଦ୍ୟାଳୟକୁ ସଂଗୀତ ଶିଖାଇବାକୁ ଆସୁଥିଲେ ମହେଶ୍ଵରାତ ଏଥିପାଇଁ ମାସକୁ ପାଉଥିଲେ , ମାତ୍ର ଜ ୩୦ ଟଙ୍କା । ତେବେ ପିଲାଙ୍କୁ ସଙ୍ଗୀତ ଶିଖାଇବାର ନିଶା ତାଙ୍କୁ ସବୁଦିନ ଭପାଇଁ ଉଦଳାକୁ ଟାଣିଆଣିଲା ଓ ୧୯୮୨ ମସିହାରୁ ସେ ଏଠାରେ ପରିବାର ସହ ସ୍ଥାୟୀ ଭାବେ ବସବାସ କଲେ। ସକାଳ ହେଲାମାତ୍ରେ ତାଙ୍କ ଘରୁ ଶୁଭେ ହାରମୋନିୟମ ଓ ଡିଗି ତବଲାର ସ୍ଵର ଦିନ କେଇଟାରେ ସେ ନିଜ ସଙ୍ଗୀତର ଯାଦୁରେ ଉଦଳାବାସୀଙ୍କୁ ଆପଣେଇ ନେଲେ। ଜଣେ ସଂଗୀତ ଶିକ୍ଷକ ଭାବେ ଢ଼େର ସୁନାମ ଅର୍ଜିଲେ। ଆମେ ଭଞ୍ଜ କଳାକାର ପକ୍ଷରୁ ‘ଆମ ଭଞ୍ଜ ଓ ଗୌରବ ସମ୍ମାନ’ ସହ ଆହୁରି ଢେର 2 ସମ୍ମାନ ଆବୋରିଲେ । 1 ତାଙ୍କଠାରୁ ଶିକ୍ଷାପ୍ରାପ୍ତ ବହୁ କଳାକାର ସଙ୍ଗୀତକୁ ପେଶା ଭାବେ ନେଇ ସଫଳ ହୋଇଛନ୍ତି। ହେଲେ ଶହଶହ ପ୍ରତିଭା ସୃଷ୍ଟି କରିଥିବା ମହେଶ୍ବର ଆଜି ବୟସର ଅପରାହ୍ନରେ ଅବହେଳିତ ଓ ଅସହାୟା ଦେହ ସାଥ ନଦେବାରୁ ୨୦୧୬ରୁ ସଙ୍ଗୀତ ଶିକ୍ଷା ବନ୍ଦ କଲେଣି। ଯେଉଁ ବିଦ୍ୟାଳୟରେ ଏତେ ବର୍ଷ ସଙ୍ଗୀତ ଶିଖାଉଥିଲେ ଅବସର ବେଳକୁ ସେଠାରୁ ମାସକୁ ପାଉଥିଲେ ମାତ୍ର ୭୫୦ ଟଙ୍କା । ଏବେ ୧ ସେତକ ବି ନାହିଁ। ନା ତାଙ୍କ ପାଖରେ ଅଛି ସରକାରୀ ଶିକ୍ଷକର ପରିଚୟ ନା ଅଛି: କଳାକାରର ପ୍ରମାଣପତ୍ର ଠିକାରେ ସଙ୍ଗୀତ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ବୋଲି ଯେମିତି ସବୁ ସରକାରୀ ସୁବିଧା ତାଙ୍କ ପାଇଁ ମନା । କଳାକାର ଭତ୍ତା ବି ପାଉନାହାନ୍ତି। ଏମିତିକି ସେ ଏତେ ବର୍ଷ ସଙ୍ଗୀତ ଶିଖାଉଥିବା ବିଦ୍ୟାଳୟ ମଧ୍ୟ ତାଙ୍କୁ କଳାକାରର ପ୍ରମାଣପତ୍ର ଦେବାପାଇଁ ମନା କରିଦେଲା ବୋଲି କ୍ଷୋଭର ବ ସହିତ କୁହନ୍ତି ତାଙ୍କ ପତ୍ନୀ ପ୍ରମିଳା। କୁ ତେବେ ଦୀର୍ଘ ୩୫ ବର୍ଷ ଧରି ନିଜ କାରଖାନାରେ ଅନେକ ପ୍ରତିଭା କଂ ତିଆରି କରିଥିବା ମହେଶ୍ବରଙ୍କୁ ନିଳ କେବେ ସରକାରୀ ସହାୟତା ମିଳୁଛି ଶିଖ ତାହା ଦେଖିବାକୁ ବାକି ରହିଲା।
ବୟସର ଅପରାହ୍ନରେ ଅବହେଳିତ ମହେଶ୍ବର
|
October 7, 2020 |



