ଯାଜପୁର ସଦର, ୨୭ା୧୦: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବନ୍ଧଡିହ ପଂଚାୟତର ଶାରଦୀୟ ଦୂର୍ଗାପୂଜା ଅବସରରେ ବଡ଼ଦଶଭୂଜା କଳାପରିଷଦ ପକ୍ଷରୁ ନାଟକ ୨ଦିନ ଧରି ପ୍ରଥମ ରଜନୀରେ ମଞ୍ଚସ୍ଥ ନାଟକ ଭୁଲ ତୋର ଭୋଗୁଚି ମୁଁ, ଦ୍ୱିତୀୟ ରଜନୀରେ ମଞ୍ଚସ୍ଥ ନାଟକ ଲହୁରେ ଲେଖିଚି ନୂଆ କାହାଣୀ, ଅକ୍ଷୟ କୁମାର ଲେଙ୍କା ନିର୍ଦ୍ଦେଷନାରେ ୨ ଦିନ ଧରି ନାଟକ ମଞ୍ଚସ୍ଥ କରାଯାଇଥିଲା । ଗଙ୍ଗାଦେବୀ ଚିତ୍ରାଳୟ ମଞ୍ଚ ସଜା କରିଥିବା ବେଳେ, ଏହି ନାଟକରେ ଭାଗ ନେଇଥିବା ବଡ଼ଦଶଭୂଜା କଳାପରିଷଦର ଅଭିନେତା ଅଭିନେତ୍ରୀ ମାନେ ଉଚ୍ଚ କୋଟୀର ଅଭିନୟ କରିଥିଲେ । ସେମାନେ ହେଲେ, ଗଣେଶ୍ୱର ପାତ୍ର, ପ୍ରମୋଦ, ଦୁରିଆ, ଜଡ଼ା, ରାକେଶ, ପିଣ୍ଟୁ, ଶିଶୁ କଳାକାର ଏବଂ ମେଲୋଡ଼ି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ବଡ଼ଦଶଭୂଜା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ, ସଙ୍ଗୀତ ନେର୍ଦ୍ଦେଶନା ମାଷ୍ଠର ଶ୍ରୀଯୁକ୍ତ ସାହୁ, ସଙ୍ଗୀତ ନେର୍ଦ୍ଦେଷନା ଦେଇଥିଲେ । ନାଟ୍ୟ ନିର୍ଦ୍ଦେଷନା ମାଷ୍ଟର ଅକ୍ଷୟ ଲେଙ୍କାଙ୍କ ନିର୍ଦ୍ଦେଷନାରେ ନାଟକ ମଞ୍ଚସ୍ଥ ଉଚ୍ଚ କୋଟୀର ହୋଇଥିଲା । ହଜାର ହଜାର ଭକ୍ତ ମାନେ ଏହି ନାଟକକୁ ଉପଭୋଗ କରିଥିଲେ ।
ବଡ଼ଦଶଭୂଜା କଳାପରିଷଦ ଆନୁକୁଲ୍ୟରେ ନାଟକ ମଞ୍ଚସ୍ଥ
|
October 28, 2023 |
