ବଡ଼ଚଣା ବ୍ଲକରେ ଲୋକସେବା ଦିବସ ପାଳିତ

Spread the love

ଚଣ୍ଡିଖୋଲ,୫,୦୩ (ଆପ୍ର)- ରବିବାର ବଡ଼ଚଣା ବ୍ଲକରେ ବିଜୁ ବାବୁଙ୍କ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ ପରିପ୍ରେକ୍ଷୀରେ ଲୋକସେବା ଦିବସ ପାଳିତ ହେଇଯାଇଛି. ଗ୍ରାମାଞ୍ଚଳର ବିକାଶ ଦିଗରେ ପଂଚାୟତ ତଥା ଗ୍ରମବାସୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ବେକାରୀ ସମସ୍ୟା,ଦାରିଦ୍ରଦୂରୀକରଣ,ସାମାଜିକ ସୁରକ୍ଷା ,ପାନୀୟ ଜଳ ଯୋଗାଣ,ଶିଶୁ ବିକାଶ ଓ ମହିଳା ସଶକ୍ତିକରଣ,ସୁସ୍ଥ ଓ ସ୍ୱଚ୍ଛ ପଂଚାୟତ ଆଦି କାର୍ଯ୍ୟକ୍ରମକୁ ସୁଚାରୁରୂପେ କାର୍ଯ୍ୟ କରାଯାଇ ଏହାର ବିକାଶକୁ ତ୍ୱରାନିତ୍ୱ କରାଯାଉଛି.ସଶକ୍ତକରଣ ଓ ପଞାୟତରାଜ ବ୍ୟବସ୍ଥା ବିଜୁବାବୁଙ୍କ ପରିକଳ୍ପନା ବୋଲି ବଡଚଣା ପଞ୍ଚାୟତ ସମିତି ପକ୍ଷରୁ ପାଳିତ ପଞ୍ଚାୟତି ରାଜ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥି ମାନେ କହିଛନ୍ତି କ୍ଷ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷକ୍ଷ ମୀନତି ସେନାପତି ସଭାପତିତ୍ୱ କରିଥିଲେ କ୍ଷ ଅତିଥି ଭାବେ ସମିତି ଉପାଧ୍ୟକ୍ଷ ବିଭାଷ ନନ୍ଦ, ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ ଯୋଗଦେଇ ବିଜୁ ବାବୁଙ୍କ ପଂଚାୟତ ବିକାଶ ଦିଗରେ ନେଇଥିବା ପଦକ୍ଷେପ ଉପରେ ଉଦାହରଣ ଦେଇଥିଲେ . ପ୍ରାରମ୍ଭରେ ବିଡିଓ ରବିନ୍ଦ୍ର କୁମାର ପ୍ରଧାନ ସ୍ୱାଗତ୍ ଭାଷଣ ଦେଇଥିଲେ କ୍ଷ ଗ୍ରାମପଂଚାୟତ ସମ୍ପ୍ରସାରିତ ଅଧିକାରୀ ଅମିୟ ନାଥ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ପ୍ରାରମ୍ଭରେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ଶେଷରେ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା.ଏଥିରେ ବିଭିନ୍ନ ପଂଚାୟତର ନିର୍ବାଚିତ ପ୍ରତିନିଧି ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ.

Related Posts

About The Author

Add Comment